Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Smart City / ମନ୍ଦିର ମାଳିନୀ ସହରରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ଏହି ଯାତ୍ରା କେମିତି ଥିଲା ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·3 months ago·2 min read
ମନ୍ଦିର ମାଳିନୀ ସହରରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ଏହି ଯାତ୍ରା କେମିତି ଥିଲା ଜାଣନ୍ତୁ...
Smart City

Key Points

ହାପି ବାର୍ଥ ଡେ’ ଭୁବନେଶ୍ୱର । 
ଇତିହାସରୁ ଭରିଛି ଭବିଷ୍ୟତର ଉଡାଣ । 
ସଂସ୍କୃତିର ସହର, ଐତିହ୍ୟର ମୁଖଶାଳା । 

୭୭ ବର୍ଷର ସୁଦୀର୍ଘ ଯାତ୍ରା... ଆଜି ୭୮ ବର୍ଷରେ ପାଦ ଥାପିଛି ଓଡ଼ିଶାର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ୱର । ଦିନେ ଘଞ୍ଚ ଜଙ୍ଗଲରେ ଭରି ରହିଥିବା ଏହି ଅଞ୍ଚଳ ଆଜି ଆଧୁନିକ କଂକ୍ରିଟ୍ ସହର ତଥା ଦେଶର ଅନ୍ୟତମ ପ୍ରତିଷ୍ଠିତ 'ସ୍ମାର୍ଟ ସିଟି' ଭାବେ ଉଭା ହୋଇଛି । ମନ୍ଦିର ମାଳିନୀ ସହରରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ଏହି ଯାତ୍ରା କେମିତି ଥିଲା ଜାଣନ୍ତୁ...

କାହାର ଶୈଶବ ଏଇଠି କଟିଛି ତ କାହାର ଯୌବନର ସ୍ୱପ୍ନକୁ ଏଇଠି ଡେଣା ମେଲିଛି । କେଉଁଠି ପୁରୁଣା ଭୁବନେଶ୍ୱରର ସେଇ ସଂକୀର୍ଣ୍ଣ ଗଳି ଭିତରେ ଇତିହାସ ଶୋଇଛି । କେଉଁଠି ସହିଦ ନଗର ଆଉ ପଟିଆର ଚକାଚକ ରାସ୍ତାରେ ଆଧୁନିକତା ଦୌଡ଼ୁଛି ।

୭୮ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଘଞ୍ଚ ଜଙ୍ଗଲ ଭରା ଅଞ୍ଚଳରୁ ଗଢି ଉଠିଛି ଆଜିର ଏହି ବିଶାଳ କଂକ୍ରିଟ୍ ସହର । ରିକ୍ସାରୁ ଆରମ୍ଭ ହୋଇଥିବା ଯାତ୍ରା ଡବଲ୍ ଡେକର୍ ବସ୍ ପର୍ଯ୍ୟନ୍ତ ପହଞ୍ଚିଛି । ବିଗତ ୭୭ ବର୍ଷ ଭିତରେ ଭୁବନେଶ୍ୱର ଦେଖିଛି ଅଭିବୃଦ୍ଧିର ଅନେକ ରୂପ । 'ଟେମ୍ପୁଲ ସିଟି'ର ସୁଦୀର୍ଘ ଯାତ୍ରାରେ ଆଜି ବଦଳିଛି ରାଜଧାନୀର ଚେହେରା ଆଉ ରୂପରେଖ । ଭିଡ଼, ସୁଉଚ୍ଚ ଅଟ୍ଟାଳିକା, ଚକାଚକ ରାସ୍ତା ଆଉ ବ୍ୟବସାୟିକ ପ୍ରତିଷ୍ଠାନ ଭିତରେ ଭୁବନେଶ୍ୱର ଆଜି ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି କରିଛି । ଭୁବନେଶ୍ୱର କେବଳ ଏକ ମାନଚିତ୍ର ନୁହେଁ, ଏହା ଏକ ଅନୁଭୂତି ।

ଇତିହାସର ପୃଷ୍ଠା ଓଲଟାଇଲେ ଜଣାପଡେ, ୩୦ ସେପ୍ଟେମ୍ବର ୧୯୪୬ ମସିହାରେ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାପରେ ୧୩ ଏପ୍ରିଲ ୧୯୪୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ମାତ୍ର ୫ଟି ଥାନା, କେଇଟା ଗାଁ ଏବଂ ୧୫ ହଜାର ଜନସଂଖ୍ୟାକୁ ନେଇ ଆରମ୍ଭ ହୋଇଥିବା ଏହି ସହରର କାୟାକଳ୍ପ ଆଜି ସମ୍ପୂର୍ଣ୍ଣ ବଦଳିଛି । ବର୍ତ୍ତମାନ ଏହାର ଜନସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିସାରିଲାଣି । ଆଜି ଏହା କେବଳ ଏକ ସହର ନୁହେଁ, ବରଂ କ୍ରୀଡ଼ା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ପ୍ରମୁଖ ହବ୍ ପାଲଟିଛି ।

ଦେଖନ୍ତୁ ଏହି ଖବର: ୭୮ ବର୍ଷରେ ରାଜଧାନୀ ଭୁବନେଶ୍ଵର.. | Bhubaneswar Foundation Day 2026 | Odisha News

ଏକ ଛୋଟିଆ ଚାରାରୁ ମହାଦ୍ରୁମ ଭଳି ପ୍ରାୟ ୮ ଦଶନ୍ଧିର ଯାତ୍ରାରେ ଭୁବନେଶ୍ୱର ଆଜି ଶିଖରରେ । ମନ୍ଦିର ମାଳିନୀରୁ ସ୍ମାର୍ଟ ସିଟି - ଏହି ବିକାଶର ଯାତ୍ରା ଅବିରତ ଜାରି ରହିଛି । ଆଉ ଏହି ସହରକୁ ଆଗକୁ ନେବାରେ ନେତା, ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Smart City | From Temple City to Smart City: Know the Transformation Journey | Argus News