Videos
|
Odisha

ମାନସିକ ହେଲା ପୂରଣ : ଭାରରେ କାନ୍ଧେଇ ଆଣିଲା ବାପା 

Manini Pattanayak
Browse all articles by Manini Pattanayak
·2 years ago·1 min read
ମାନସିକ ହେଲା ପୂରଣ : ଭାରରେ କାନ୍ଧେଇ ଆଣିଲା ବାପା 

ପୁରୀ:  ହେ ଜଗନ୍ନାଥ ତୋର ଅପାର କୃପାରୁ ମୋର ପୁଅ ଦେହ ଭଲ ହୋଇଗଲା।  ମୋ ପୁଅର ଜୀବନ ରକ୍ଷା କଲୁ ତୁ।  ସେଇଥିପାଇଁ  ମୋ ପୁଅକୁ ଭାରରେ ବୋହି ଆଣିଛି ତୋର ଦର୍ଶନ କରାଇବା ପାଇଁ । ଏଭଳି ଏକ ଭାବବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସିଂହଦ୍ୱାରରେ  । ମହାପ୍ରଭୁଙ୍କ ଆଶୀର୍ବାଦରୁ ୧୨ଦିନ ପରେ ଆଇ ସି ୟୁ ରୁ ସୁସ୍ଥ ହୋଇ ଫେରିଆସିଲା ପୁତ୍ର । ଭାରରେ ବୋହି ନେଇ ଜଗନ୍ନାଥ ଦର୍ଶନ କରେଇବା ସହ ମାନସିକ ରକ୍ଷା କଲେ ବାପା ।  ମହାପ୍ରଭୁଙ୍କ ମହିମା କାହାକୁ ବା ଅଛପା। ଠିକ ସେମିତି ଏକ ଚମତ୍କାର ଘଟିଛି କୁସୁମାଟି ଛଣଘର ଅଞ୍ଚଳର ଅଜୟ ଖମାରୀଙ୍କ ସହ ।

ତାଙ୍କର ପୁତ୍ର ସନ୍ତାନ  ଅସୁସ୍ଥ ହୋଇ ୧୨ ଦିନ କାଳ ଆଇ ସି ୟୁ ରେ ରହିଥିଲା। ଜୀବନ ମରଣ ସହ ସଙ୍ଘର୍ଷ କରୁଥିଲା କୁନି ପୁଅ। ବାପା ଜଗାକୁ ହାତ ଟେକିଦେଲା । ରକ୍ଷା କରେ ତୁ ମୋ ପୁଅକୁ ।  ସ୍ୱାସ୍ଥ୍ୟ ଭଲ ହେଲେ ପୁଅକୁ ମହାପ୍ରଭୁଙ୍କ ନିକଟକୁ କାନ୍ଧେଇକି ନେଇ ଦର୍ଶନ କରାଇବେ ବୋଲି ମାନସିକ କରିଥିଲେ ଅଜୟ । ମହାପ୍ରଭୁଙ୍କ କରୁଣାରୁ ଦୀର୍ଘ ୧୨ଦିନ ପରେ ସୁସ୍ଥ ହୋଇଥିଲା ଅଜୟଙ୍କ ପୁତ୍ର। ତେଣୁ ମାନସିକ ରକ୍ଷା କରି ଜଟଣୀରୁ  ଗୋଟିଏ କାନ୍ଧରେ ନିଜ ପୁଅ ସହ ଅନ୍ୟ କାନ୍ଧରେ ଝିଅକୁ ଭାରରେ ବୋହି ନେଇ ଆସି ଜଗନ୍ନାଥ ଦର୍ଶନ କରାଇଛନ୍ତି ଅଜୟ ।ଏଭଳି ଏକ ଦୃଶ୍ୟ ସିଂହଦ୍ୱାରରେ ଭାବବିହ୍ଵଳ ପରିସ୍ଥିତି ସୃଷ୍ଟି କରିଥିଲା।  

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hey Jagannath, by your immense grace, my son has recovered | Argus News