HIGH COURT / ଅରବିନ୍ଦ ଅଗ୍ରୱାଲ ଓ ଏନ୍. ଥିରୁମାଲା ନାୟକଙ୍କ ନାଁରେ ବନ୍ଦ ହେଲା ଅଦାଲତ ଅବମାନନା ମାମଲା
·5 months ago·2 min read

Key Points
ବନ୍ଦ ହେଲା ଦୁଇ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା
ଅଦାଲତ ଅବମାନନା ମାମଲା ବନ୍ଦ କଲେ ହାଇକୋର୍ଟ
ଦୁଇ ଆଇଏଏସ ଅଧିକାରୀ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ

ଦୁଇ ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ଅଗ୍ରୱାଲ ଓ ଏନ୍. ଥିରୁମାଲା ନାୟକଙ୍କ ବିରୋଧରେ ବନ୍ଦ ହେଲା ଅଦାଲତ ଅବମାନନା ମାମଲା । ଅଦାଲତ ଅବମାନନା ମାମଲା ବନ୍ଦ କଲେ ଓଡ଼ିଶା ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନେଇ ପ୍ରମାଣ ଦେବା ପରେ ମାମଲା ବନ୍ଦ ହେଲା। ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକଙ୍କ ନାଁରେ ଅଦାଲତ ଅବମାନନା ମାମଲା ହୋଇଥିଲା।
ଇନ୍କ୍ରିମେଣ୍ଟ ପ୍ରଦାନରେ ନିୟମ ଉଲଂଘନ ନେଇ ଆବେଦନକାରୀ ଅଧ୍ୟାପକ ତପନ କୁମାର ପଟ୍ଟନାୟକ ଓ କ୍ଷୀରୋଦ ପ୍ରସାଦ ସାହୁଙ୍କ ତରଫରୁ ଦାୟର ଦୁଇ ପୃଥକ୍ ଅଦାଲତ ଅବମାନନା ମାମଲା ହୋଇଥିବା ଅଭିଯୋଗ କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆବେଦନକାରୀ ଇନ୍କ୍ରିମେଣ୍ଟ ପାଇବାକୁ ହକଦାର ବୋଲି ଦାବି କରିଥିଲେ। ଏ ନେଇ ସରକାରଙ୍କ ନିକଟରେ ଦାବିପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ୮ ସପ୍ତାହ ଭିତରେ ନିଷ୍ପତ୍ତି ନେଇ ଆବେଦନକାରୀଙ୍କୁ ଅବଗତ କରିବାକୁ ୨୦୨୫, ଜୁଲାଇ ୩୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ | ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ | ଡିସେମ୍ବର ୧୨ରେ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସରକାର ସମୟ ନେଇଥିଲେ | ଏଭଳି ପ୍ରସଙ୍ଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଆଜି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନେଇ ପ୍ରମାଣ ଦେବା ପରେ ମାମଲା ବନ୍ଦ ହୋଇଛି । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସଂଗ୍ରାମ ଜେନା ମାମଲା ପରିଚାଳନା କରୁଛନ୍ତି।
ସେହିପରି ଅଦାଲତ ଅବମାନନା ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ହାଇକୋର୍ଟ | ଗଣଶିକ୍ଷା ସଚିବଙ୍କୁ ଆଜି ହାଜର କରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନେଇ ପ୍ରମାଣ ଦେବା ପରେ ମାମଲା ବନ୍ଦ ହୋଇଛି। ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଣୁଧର ଦାସଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories