Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୂଜା କମିଟି ତୋରଣ ନଖୋଲିଲେ ପ୍ରଶାସନ ଭାଙ୍ଗିଦେବ

Odisha

ପୂଜା କମିଟି ତୋରଣ ନଖୋଲିଲେ ପ୍ରଶାସନ ଭାଙ୍ଗିଦେବ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପୂଜା କମିଟି ତୋରଣ ନଖୋଲିଲେ ପ୍ରଶାସନ ଭାଙ୍ଗିଦେବ

Key Points

  • ଦିନ ୨ଟା ସୁଦ୍ଧା ତୋରଣ ଖୋଲ
  • ନହେଲେ ଜେସିବି ଲଗାଇ ଭାଙ୍ଗିବୁ

ଅର୍ଗସ ବ୍ୟୁରୋ: ଲକ୍ଷ୍ମୀପୂଜା ଭିତରେ କବାଟ ଠକ୍‌ଠକ୍‌ କରିଛି ବାତ୍ୟା ଦାନା । କେବଳ ବର୍ଷା କରାଇବ ତାହା ନୁହେଁ ପବନ ବି ହେବ । ତେଣୁ ତାହା ପୂର୍ବରୁ ପୂଜାରେ ନିର୍ମାଣ ହୋଇଥିବା ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ଆଜି ଦିନ ୨ଟା ସୁଦ୍ଧା ସବୁ ପୂଜା ମଣ୍ଡପ ଗେଟ ଓ ତୋରଣ ଖୋଲିବେ । ଯେଉଁମାନେ ନିଜେ ନଖୋଲିବେ ସେମାନଙ୍କର ଜେସିବି ଲଗାଇ ଭାଙ୍ଗିବ ପ୍ରଶାସନ । ସେପଟେ କେନ୍ଦ୍ରାପଡାରେ ଆଜି ସୁଦ୍ଧା ମା’ଙ୍କୁ ମେଲାଣି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଢେଙ୍କାନାଳରେ କିନ୍ତୁ ୨୭ ତାରିଖରେ ଭସାଣ ହେବ ବୋଲି ନିଷ୍ପତ୍ତି ହୋଇଛି  କିନ୍ତୁ ଗେଟ୍‌ ଖୋଲିବା ସହିତ ବାହାରୁ ଆସିଥିବା ବ୍ୟବସାୟୀଙ୍କୁ ତୁରନ୍ତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସଜସଜ ଦଶହରା ଯାଇଛି । ତେଣୁ ଏବେ ବି ଅନେକ ପୂଜାମଣ୍ଡପରେ ଗେଟ୍‌ ଖୋଲା ସରିନି । ଯଦି ଆଜି ଦିନ ୨ଟା ସୁଦ୍ଧା କମିଟି ପକ୍ଷରୁ ତୋରଣ ଖୋଲାନଯାଇଥାଏ ତେବେ ଜେସିବି ଲଗାଇ ଗେଟ୍‌ ଭାଙ୍ଗିବାକୁ ପ୍ରଶାସନକୁ ନିର୍ଦ୍ଦେଶ ମିଳିଛି । କେବଳ ସେତିକି ନୁହେଁ ନିର୍ଦ୍ଧାରିତ ସମୟ ଭିତରେ ଗେଟ୍ ଭାଙ୍ଗୁନଥିବା ମଣ୍ଡପକୁ ଆସନ୍ତାବର୍ଷ ତୋରଣ ନିର୍ମାଣ ଏନଓସି ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ସହରର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରାଯାଇଥିଲା । ଏଥିରେ ଦଶହରା ପାଇଁ ନିର୍ମାଣ ହୋଇଥିବା ଗେଟ ହଟାଯାଇନଥିବାରୁ ହାଇକୋର୍ଟଙ୍କ ବାର ଆସୋସିଏସନ୍ସର ସଭାପତି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଥିଲେ । ଏନେଇ ପ୍ରଶାସନ ଠାରୁ ଜବାବ ଚାହିଁଥିଲେ । ୨୪ ଘଣ୍ଟା ଭିତରେ ଗେଟ୍ ହଟାଇବାକୁ ସିଏମସି କମିଶନର ସବୁ ପୂଜା ମଣ୍ଡପକୁ ଚିଠି ଲେଖିଛନ୍ତି । ସେହିପରି ଛାତ ଉପରେ ଅନ୍ୟାନ୍ୟ ବିପଦସଙ୍କୁଳ ହୋର୍ଡ଼ିଂ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁଠି ପ୍ରସ୍ତୁତି ଚାଲିଛି । କାରଣ ପୂର୍ବରୁ ପୂଜା ବେଳେ ଆସିଥିବା ବାତ୍ୟାରେ ଅନେକ ତୋରଣ ଭାଙ୍ଗି ପଡ଼ିଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେଣୁ ସେହି ପୂଜା ପରେ ଏଥର ବାତ୍ୟା ଆସୁଥିବାରୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନିର୍ଦ୍ଦେଶ ମାନିବେ ନାହିଁ ସେମାନଙ୍କ ବିରୋଧରେ ଆକ୍ସନ ନେବାକୁ କୁହାଯାଇଛି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ପାରାଦୀପ ରାଡାରରେ ବାତ୍ୟା ଦୃଶ୍ୟମାନ ହେଲାଣି । ଆଜି ଭୋରରୁ ହିଁ ଗଭୀର ଅବପାତ ବାତ୍ୟାର ରୂପ ନେବ । ବର୍ତ୍ତମାନ ସମୟରେ ଘଂଟାପ୍ରତି ୧୮ କିମି ବେଗରେ ବାତ୍ୟା ସ୍ଥଳଭାଗ ମୁହାଁ ହୋଇଛି । ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ବର୍ଷା ହେବାକୁ ଥିବା ବେଳେ ଆସନ୍ତାକାଲି ବର୍ଷା ଓ ପବନର ବେଗ ବଢିବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
High Court | Argus News