ବଢ଼ିଲା ରାଜା ଚକ୍ରଙ୍କ ଅଡୁଆ: ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଲୁଟ୍ ମାମଲାରେ ଆହୁରି ବଢ଼ିଲା ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କ ଅଡୁଆ। ରାଜା ଓ 4 ଜଣ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ଘୋଟାଲା ନେଇ ରାଜାଙ୍କ ବିଭିନ୍ନ ଠିକଣାରେ ଇଓଡବ୍ଲ୍ୟୁ। ଚଢ଼ାଉ ଜାରି ରହିଥିବାବେଳେ ଅନୁମାନ କରାଯାଉଛି ସେ ଶୀଘ୍ର ହୋଇପାରନ୍ତି ଗିରଫ। ଅନ୍ୟପଟେ ଖୋଲିବାରେ ଲାଗିଛି କେନ୍ଦୁଝରରେ ଲୁଟର ରାଜାଙ୍କ ଅଏସ ଆରାମର ଗୋଟିଏ ପରେ ଗୋଟିଏ ଗୁମର। ସାମ୍ନାକୁ ଆସିଛି ଦାମୀ କାରର ଭୟଙ୍କର ତଥ୍ୟ । ରେଡ଼ିଓ ମେକାନିକ୍ ରାଜା ଚକ୍ର ମାତ୍ର କେଇ ବର୍ଷରେ ଚଢୁଥିଲେ 40ରୁ ଅଧିକ କାର। ଯେଉଁଥିରେ ଥିଲା ବୁଲେଟ୍ ପ୍ରୁଫ୍ କାର। ତେବେ ଏଠି ପ୍ରଶ୍ନ ଉଠୁଛି ବୁଲେଟ ପ୍ରୁଫ ଗାଡି ଚଢିବା ପାଇଁ ରାଜାଙ୍କୁ କିଏ ଦେଇଥିଲା ଅନୁମତି। କେଉଁ ବିଜେଡି ନେତାଙ୍କ ଛତ୍ର ଛାୟାରେ ରହି ରାଜା ବିସ୍ତାର କରୁଥିଲେ କଳା ସାମ୍ରାଜ୍ୟ। ବିଜେଡି ସରକାରରେ ବବି ପାଣ୍ଡିଆନଙ୍କ ଗେହ୍ଲା ପୁଅ ଥିଲେ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର।
ଗନ୍ଧମାର୍ଦନ ଲୋଡିଂ ଆଣ୍ଡ କୋପରେଟିଭ ସୋସାଇଟରୁ 100କୋଟିରୁ ଅଧିକ ଟଙ୍କା ର ଘୋଟାଲା ମାମଲା। ଏବେ ପର୍ଯ୍ୟନ୍ତ ରାଜାଙ୍କର 100ରୁ ଅଧିକ ବେନାମୀ ଆକାଉଣ୍ଟ ଠାବ ହୋଇଛି। କେଉଁଝରରେ ଏକ କ୍ରସରକୁ ମଧ୍ୟ ଜବତ କରିଛି EOW. ଏବେ ବି ରାଜା ଚକ୍ରଙ୍କର 7ରୁ ଅଧିକ ସ୍ଥାନରେ ରେଡ କରୁଛି ଅର୍ଥନୈତିକ ଅପରାଧ ଶାଖା EOW. ଗୋଟିଏ ସପ୍ତାହ ହେଲା ରାଜା ଚକ୍ରଙ୍କୁ ଘାଣ୍ଟୁଛି ଅର୍ଥ ନୈତିକ ଅପରାଧ ଶାଖା। ଭୁବନେଶ୍ୱର, କେଉଁଝର, କୋଇଡା, ଗୋପାଳପୁର, ଧାମରା ଭଳି ଅନେକ ସ୍ଥାନରେ ରେଡ ଜାରି ରଖିଛି EOW. ସେପଟେ ଖୁବଶୀଘ୍ର ରାଜା ଚକ୍ରଙ୍କର କଳା ସାମ୍ରାଜ୍ୟରେ ଏଣ୍ଟ୍ରି ମାରିପାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଆୟକର ବିଭାଗ। ଏହାପରେ ରାଜାଙ୍କ ଲିଙ୍କରେ ଥିବା ପୂର୍ବ ସରକାରର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ପାଇଁ ବଢ଼ିବ ଅଡୁଆ। ରାଜାଙ୍କର ଆର୍ଥିକ କାରବାର ନେଇ ଖୋଳତାଡ ଇଓଡବ୍ଲ୍ୟୁ ଜାରି ରଖିଛି। ରାଜାଙ୍କ ଆକାଉଣ୍ଟରୁ କାହା ଆକାଉଣ୍ଟକୁ ଟଙ୍କା ଯାଇଛି। ରାଜାଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଛି ତାର ହେବ ଖୁଲାସା।