Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହଂସିତା ଓ ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

Rashmita Mishra
Browse all articles by Rashmita Mishra
·1 year ago·1 min read
 ହଂସିତା ଓ ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଓ ସହଯୋଗୀ ଅନୀଲ ମହାନ୍ତିଙ୍କୁ ମିଳିଲା ଜାମିନ । ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ । 50 ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ । ମୂଳ ଠକେଇ ମାମଲାରେ ଉଭୟଙ୍କୁ ମିଳିଛି ଜାମିନ । ପୂର୍ବରୁ ଭୁଲ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ମିଳିଥିଲା ଜାମିନ ।

ହଂସିତା ଅଭୀଲିପ୍ସାଙ୍କ ଠକେଇ ପଦାକୁ ଆସିବା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। କନ୍ଧମାଳରୁ ଆସିଥିବା ଏହି ମହିଳା ଖୁବ୍‌ କମ୍‌ ସମୟରେ ଭୁବନେଶ୍ୱରରେ ନିଜ କାୟା ବିସ୍ତାର କରିଥିଲେ। ସେ ବିବାହିତ ହୋଇ ମଧ୍ୟ ଠିକଣା ବଦଳାଇ ଅନିଲ ମହାନ୍ତିଙ୍କ ସହ ମିଶି ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ଠକେଇ ମାଧ୍ୟମରେ ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରିଥିବା ଖବର ପଦାକୁ ଆସିଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ହଂସିତା ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଅନିଲଙ୍କୁ ଜ୍ୱାଇଁ ପରିଚୟ ଦେଇ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଠକି ଚାଲିଥିଲେ। ଗତ ମାସ ଶେଷ ଆଡ଼କୁ ସେମାନଙ୍କ କଳାକାରନାମା ଆସିବା ପରେ ବହୁ ଗୁମୁର କଥା ପଦାକୁ ଆସୁଛି। କୁହାଯାଉଛି ହଂସିତା-ଅନିଲ ଯୋଡ଼ିଙ୍କ ସହ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଭିଜିଲାନ୍ସ ବିଭାଗ ଏହି ଘଟଣାର ତଦନ୍ତ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
high-court-grants-conditional-bail-to-hansita-and-anil | Argus News