Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ 

Smruti Parija
Browse all articles by Smruti Parija
·1 year ago·1 min read
ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ 

କଟକ: ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ଆସୁଛନ୍ତି ମା' ଦଶଭୁଜା । ମା'ଙ୍କ ଆଗମନକୁ ନେଇ ସହରର ବିଭିନ୍ନ ପୂଜା ମଣ୍ଡପ ବେଶ ଚଳଚଞ୍ଚଳ । ବିଶ୍ୱ ପ୍ରସିଦ୍ଧ କଟକ ଦଶହରାକୁ ଏଥର ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । 


ହାତରେ କମ ସମୟ ଥିବାରୁ ମୁର୍ମୟୀ ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର । ସେପଟେ କଟ ର ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ଚାଲିଛି ଷୋଡଶ ଉପଚାର ପୂଜା । ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା' ବାସନ୍ତି ଦୁର୍ଗା ଓ ଗଡ଼ ଚଣ୍ଡୀ ।


କଟକ ସହର ଯେତେ ପୁରୁଣା ଏଠାକାର ପରଂମ୍ପାରା ଓ ସଂସ୍କୃତି ମଧ୍ୟ ସେତିକି ପୁରୁଣା । ଏଥିପାଇଁ ସାଂସ୍କ୍ରୁତି ଓ ପରମ୍ପରା ର ସହର କଟକ ସହର ଦଶହରା ପର୍ବର ରହିଛି ବିଶେଷ ସ୍ୱତନ୍ତ୍ରତା।ତେବେ ପୂଜା କୁ ଆଉ ହାତରେ କମ ସମୟ ଥିବାରୁ ସେକ ବଜ଼ାର ଓ ଚାନ୍ଦିନୀ ଚଉକି  ପୂଜା ମଣ୍ଡପ ରେ ଚାଲିଛି ଜୋରଦାର ପ୍ରସ୍ତୁତି । ମା'ଙ୍କ ମୂର୍ତ୍ତିରେ ଦୋମାଟିଆ କାମ ଶେଷ ହୋଇଥିବା ବେଳେ ପୂଜାକୁ ବେଶ ଆକର୍ଷଣୀୟ ଢଙ୍ଗରେ ପାଳନ କରିବାକୁ ଲକ୍ଷ୍ୟ ରଖିଛି କମିଟି । ତେବେ ଚଳିତ ବର୍ଷ ମା'ଙ୍କ ମୂର୍ତ୍ତିରେ ଚାନ୍ଦି ମେଢ଼ ଲଗାଇବା ପାଇଁ ଚାନ୍ଦି ସଫା କାର୍ଯ୍ୟ ମଧ୍ୟ ସରିଛି।ଯାହାକି ମଣ୍ଡପର ଶୋଭାକୁ ଆହୁରି ଦ୍ବିଗୁଣିତ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
High Court has banned the construction of durga-puja-pendal-on-road | Argus News