Videos
|
Odisha

ରାଜ୍ୟ ସରକାରଙ୍କ ପଦକ୍ଷେପକୁ ହାଇକୋର୍ଟଙ୍କ ପ୍ରଶଂସା

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟ ସରକାରଙ୍କ ପଦକ୍ଷେପକୁ ହାଇକୋର୍ଟଙ୍କ ପ୍ରଶଂସା

ଅର୍ଗସ ବ୍ୟୁରୋ: ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବା ଓ ସେନା କର୍ମଚାରୀଙ୍କ ସହ ପୋଲିସ ବ୍ୟବହାର ନେଇ ଜନସ୍ବାର୍ଥ ମାମଲାରେ ହାଇକୋର୍ଟରେ ଶୁଣାଣି। ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ। ରାଜ୍ୟର ସମସ୍ତ ପୋଲିସ ଜିଲ୍ଲାରେ ସିସିଟିଭି କ୍ୟାମେରା ଲଗାଇବା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ହାଇକୋର୍ଟଙ୍କ ପ୍ରଶଂସା। ୯୬ ପ୍ରତିଶତ ପୋଲିସ ଷ୍ଟେସନରେ ଲାଗିଛି ସିସିଟିଭି କ୍ୟାମେରା। ବାକି ୪ ପ୍ରତିଶତ ପୋଲିସ ଷ୍ଟେସନରେ ନଭେମ୍ବର ମାସ ଶେଷ ସୁଦ୍ଧା ଲାଗିଯିବ ସିସିଟିଭି କ୍ୟାମେରା। ସବୁ ସିସିଟିଭି କ୍ୟାମେରାକୁ ପୋଲିସ ମୁଖ୍ୟାଳୟରୁ କରାଯାଉଛି ମନିଟରିଂ।
 

୨୯୫ ଟି ପୋଲିସ ଫାଣ୍ଡିରେ ମଧ୍ୟ ସିସିଟିଭି କ୍ୟାମେରା ଲଗେଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ମାର୍ଚ୍ଚ ୨୦୨୫ ସୁଧା ରାଜ୍ୟର ସମସ୍ତ ପୋଲିସ ଫାଣ୍ଡିରେ ଲାଗିଯିବ ସିସିଟିଭି କ୍ୟାମେରା ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି ।  ପୋଲିସ ଷ୍ଟେସନକୁ ଆସୁଥିବା ସେନା କର୍ମଚାରୀଙ୍କ ସହ ପୋଲିସର ବ୍ୟବହାର ନେଇ ଜାରି ଏସଓପିକୁ ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ। ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଇଲେ ସରକାର। ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ। ଆଜିର ଶୁଣାଣୀରେ ପୋଲିସ ମୁଖ୍ୟାଳୟ ଏଡିଜିପି ଦୟାଲ ଗଙ୍ଗୱାର ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
High Court praises state government's initiative | Argus News