HIGH COURT / ଅଦାଲତ ଅବମାନନା ମାମଲାରେ ୨ ସଚିବଙ୍କୁ ହାଇକୋର୍ଟ ଛାଟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା
·5 months ago·2 min read

Key Points
ଅଦାଲତ ଅବମାନନା ମାମଲା
୨ ସଚିବଙ୍କୁ ହାଇକୋର୍ଟ ଛାଟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା
ଅରବିନ୍ଦ ଅଗ୍ରୱାଲ ଓ ଏନ୍. ଥିରୁମାଲା ନାୟକ

ରାଜ୍ୟ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକଙ୍କୁ ବାଜିଛି ହାଇକୋର୍ଟ ଛାଟ। ଅଦାଲତ ଅବମାନନା ମାମଲାରେ ଉଭୟଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ହାଇକୋର୍ଟ ଦୁଇଟି ଅଦାଲତ ଅବମାନନା ମାମଲାର ଶୁଣାଣି କରି ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଉଚ୍ଚଶିକ୍ଷା ସଚିବଙ୍କୁ ଜାନୁଆରି ୨୨ରେ ହାଜର କରାଇବା ପାଇଁ ଏପରି ଗିରଫ ପରୱାନା ଜାରି କରାଯାଇଛି।
ଆସନ୍ତା ୨୨ ତାରିଖ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କଲେ ଗିରଫଦାରୀରୁ ମୁକ୍ତି ମିଳିବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ତପନ କୁମାର ପଟ୍ଟନାୟକ ଓ କ୍ଷୀରୋଦ ପ୍ରସାଦ ସାହୁଙ୍କ ତରଫରୁ ଦାୟର ଦୁଇ ପୃଥକ୍ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଇନ୍କ୍ରିମେଣ୍ଟ ପ୍ରଦାନରେ ନିୟମ ଉଲଂଘନ ନେଇ ଆବେଦନକାରୀ ଅଧ୍ୟାପକ ଅଭିଯୋଗ କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆବେଦନକାରୀ ଇନ୍କ୍ରିମେଣ୍ଟ ପାଇବାକୁ ହକଦାର ବୋଲି ଦାବି କରିଥିଲେ। ଏ ନେଇ ସରକାରଙ୍କ ନିକଟରେ ଦାବିପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ୮ ସପ୍ତାହ ଭିତରେ ନିଷ୍ପତ୍ତି ନେଇ ଆବେଦନକାରୀଙ୍କୁ ଅବଗତ କରିବାକୁ ୨୦୨୫, ଜୁଲାଇ ୩୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ | ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ | ଡିସେମ୍ବର ୧୨ରେ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସରକାର ସମୟ ନେଇଥିଲେ | ଏହାପରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନାହିଁ । ଏଭଳି ପ୍ରସଙ୍ଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସଂଗ୍ରାମ ଜେନା ମାମଲା ପରିଚାଳନା କରୁଛନ୍ତି।
ସେହିପରି ଅଦାଲତ ଅବମାନନା ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ହାଇକୋର୍ଟ | ଗଣଶିକ୍ଷା ସଚିବଙ୍କୁ ଜାନୁଆରି ୨୨ରେ ହାଜର କରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଯଦି ପୂର୍ବ ଆଦେଶ ପାଳନ କରାଯାଏ ତେବେ ତାଙ୍କ ବିରୋଧରେ ଏହି ନିର୍ଦ୍ଦେଶ ଆଧାରରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଣୁଧର ଦାସଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ୨୦୨୪ ଅଗଷ୍ଟ ୨୨ର ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଆବେଦନକାରୀ ଏହି ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories