୯ ଆସାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ହାଇକୋର୍ଟ

ଅର୍ଗସ ବ୍ୟୁରୋ: ଫାଶୀଦଣ୍ଡ କୋହଳ କଲେ ହାଇକୋର୍ଟ। ୯ ଆସାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି ହାଇକୋର୍ଟ। ରାୟଗଡ଼ା ଜିଲ୍ଲାରେ ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରିବା ମାମଲା। ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରି ୯ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୯ ଜଣ ଆସାମୀ ଏବେ ଜେଲରେ ଆଜୀବନ ସଜା କାଟିବେ।
ହତ୍ୟା ପାଇଁ ଆଜୀବନ ସଜା କାଟିବେ ୯ ଆସାମୀ। ସେପ୍ଟେମ୍ବର ୯, ୨୦୧୬ ରେ ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ କିତୁଂ ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣ ବାପା, ମାଁ ଓ ଝିଅକୁ ହତ୍ୟା କରିଥିଲେ ଅଭିଯୁକ୍ତ। ସମସ୍ତ ୯ ଅଭିଯୁକ୍ତଙ୍କୁ ୨୧ ଅକ୍ଟୋବର, ୨୦୨୧ ରେ ରାୟଗଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ। କିନ୍ତୁ ବର୍ତ୍ତମାନ ହାଇକୋର୍ଟ ଫାଶୀଦଣ୍ଡରେ କୋହଳ କରିଛନ୍ତି। ୯ ଆସାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: