Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

High Court / ଅଧିକ ଦିନ ଧରି ଶାରୀରିକ ସମ୍ପର୍କ 'ଜବରଦସ୍ତି' ନୁହେଁ: ହାଇକୋର୍ଟ

Rashmita Mishra
Browse all articles by Rashmita Mishra
·6 months ago·2 min read
ଅଧିକ ଦିନ ଧରି ଶାରୀରିକ ସମ୍ପର୍କ 'ଜବରଦସ୍ତି' ନୁହେଁ: ହାଇକୋର୍ଟ
High Court

Key Points

ଦୀର୍ଘ ଦିନର ଶାରୀରିକ ସମ୍ପର୍କ ଅପରାଧ ନୁହେଁ । 
ଅଧିକ ଦିନ ଧରି ଶାରୀରିକ ସମ୍ପର୍କ 'ଜବରଦସ୍ତି' ନୁହେଁ । 

ବର୍ତ୍ତମାନ ସମୟରେ ଲିଭ୍-ଇନରେ ରହିବା ଏକ ଫ୍ୟାସନ ହୋଇଗଲାଣି । କିନ୍ତୁ ଏହି ଫ୍ୟାସନ ପାଇଁ ଅନେକ କିଛି ଘଟଣା ଘଟାଇଥାଏ । ଯାହା ଦ୍ଵାରା ବିବାଦ ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ତା' ଭିତରେ ସବୁଠୁ ବଡ଼ ଅଭିଯୋଗ ହେଉଛି ଶାରୀରିକ ସମ୍ପର୍କକୁ ନେଇ । ଏହି ଅଭିଯୋଗକୁ ଆଧାର କରି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ ଯଦି ଦୁଇ ଜଣ ମଧ୍ୟରେ ଅଧିକ ଦିନ ଧରି ଶାରୀରିକ ସମ୍ପର୍କ ରହିଛି ତେବେ ଏହାକୁ "ଜବରଦସ୍ତି' ବୋଲି ଧରାଯାଇ ପାରିବ ନାହିଁ । ଏହି ଅଭିଯୋଗକୁ ଆଧାର କରି ଜଣେ ବ୍ୟକ୍ତିଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
ଏହି ଅଭିଯୋଗ ଆଧାରରେ ହାଇକୋର୍ଟ ଅଭିଯୁକ୍ତ ମହେନ୍ଦ୍ର ପ୍ରଧାନକୁ ବଳାତ୍କାର ମାମଲାରେ ଦୋଷମୁକ୍ତ କରି ଅନ୍ୟ ଅପରାଧ ପାଇଁ ଦଣ୍ଡାଦେଶରେ ସଂଶୋଧନ କରିଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେଇଛନ୍ତି ।

ସୂଚନାନୁଯାୟୀ ୨୦୦୬ରେ ସୋନପୁର ଜିଲ୍ଲା ତରଭା ଥାନାରେ ପୀଡ଼ିତା ଅଭିଯୋଗ କରିଥିଲେ ଯେ, ମହେନ୍ଦ୍ର ପ୍ରଧାନ ତାଙ୍କୁ ଛୁରି ଦେଖାଇ ଜବରଦସ୍ତି ବଳାତ୍କାର କରିଥିଲେ ଏବଂ ପରେ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମ୍ପର୍କ ଯୋଗୁଁ ସେ ଗର୍ଭବତୀ ହେବା ପରେ ଅଭିଯୁକ୍ତ ତାଙ୍କୁ ଗର୍ଭପାତ ପାଇଁ ଔଷଧ ଦେଇଥିଲେ। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା।

ଏହି ମାମଲାରେ ନିମ୍ନ ଅଦାଲତ ମହେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହି ଆଦେଶକୁ ମହେନ୍ଦ୍ର ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ଯେ, ପୀଡ଼ିତା ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଅଭିଯୁକ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହି ସମୟ ମଧ୍ୟରେ ସେ କାହାକୁ କିଛି ଜଣାଇ ନଥିଲେ।

କିନ୍ତୁ ଏହାପରେ ହାଇକୋର୍ଟ କହିଛନ୍ତି ଏତେ ଦିନ ଧରି ରହିଥିବା ସମ୍ପର୍କକୁ "ଜବରଦସ୍ତି' କୁହାଯାଇ ପାରିବ ନାହିଁ । ଏହାଛଡ଼ା ସ୍କୁଲ ରେକର୍ଡ ଅନୁସାରେ ଘଟଣା ସମୟରେ ପୀଡ଼ିତା ନାବାଳିକା ନ ଥିଲେ ଏବଂ ତାଙ୍କୁ ପ୍ରାୟ ୧୯ ବର୍ଷ ହୋଇଥିଲା । ତେବେ ଡାକ୍ତରୀ ପ୍ରମାଣ ଅନୁଯାୟୀ ଗର୍ଭପାତ ହୋଇଥିବା ସ୍ପଷ୍ଟ ହୋଇଛି । ଅଭିଯୁକ୍ତ ଔଷଧ ଦେଇଥିବା ପ୍ରମାଣିତ ହୋଇଛି । ଅଦାଲତ ବଳାତ୍କାର ଅଭିଯୋଗକୁ ଖାରଜ କରି ମହେନ୍ଦ୍ରଙ୍କୁ ସେଥିରୁ ଖଲାସ କରିଛନ୍ତି । ତେବେ ଅନ୍ୟାନ୍ୟ ଅପରାଧ ପାଇଁ ପୂର୍ବରୁ ଜେଲରେ କାଟିଥିବା ସମୟକୁ ହିଁ ତାଙ୍କ ଦଣ୍ଡାଦେଶ ଭାବେ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇ ମାମଲାର ଶେଷ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
High Court | Long-Term Physical Relationship Not “Forceful”: High Court Verdict | Argus News