Videos
|
Odisha

ସବୁଜ ପରିବେଶ ତିଆରି କରିବା ପାଇଁ ହାଇକୋର୍ଟଙ୍କ ନିଆରା ଜାମିନ ସର୍ତ୍ତ

Smruti Parija
Browse all articles by Smruti Parija
·1 year ago·1 min read
ସବୁଜ ପରିବେଶ ତିଆରି କରିବା ପାଇଁ ହାଇକୋର୍ଟଙ୍କ ନିଆରା ଜାମିନ ସର୍ତ୍ତ

କଟକ: ସବୁଜ ପରିବେଶ ତିଆରି କରିବା ପାଇଁ ହାଇକୋର୍ଟଙ୍କ ନିଆଁରା ଜାମିନ ସର୍ତ୍ତ । ହତ୍ୟା ଅଭିଯୋଗ, ଦୁଷ୍କର୍ମ ଅଭିଯୋଗ, କାରରେ ନିଶାଦ୍ରବ୍ୟ ଚାଲାଣ ଅଭିଯୋଗ ଭଳି ମାମଲାରେ ଗିରଫ ହୋଇ ହାଇକୋର୍ଟରୁ ସର୍ତମୂଳକ ଜାମିନ ପାଇଥିବା ଆବେଦନକାରୀ ଲଗେଇବେ ଗଛ। ତିଆରି କରିବେ ସବୁଜ ପରିବେଶ। 

ଜାମିନ ପ୍ରଦାନ ସମୟରେ ହାଇକୋର୍ଟ ଏହି ସର୍ତ୍ତ ରଖିଛନ୍ତି। ୪ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ୫୦ ରୁ ୧୦୦ ଟା ଗଛ ଲଗେଇବା ପାଇଁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ୨ ବର୍ଷ ପର୍ଯ୍ୟନ୍ତ ଉକ୍ତ ଗଛର ରକ୍ଷଣବେକ୍ଷଣ କରିବେ ବୋଲି କୋର୍ଟ କହିଛନ୍ତି। ଆବେଦନକାରୀ ଅଭିଯୁକ୍ତ ମାନେ ନିଜ ଗ୍ରାମ ଆଖପାଖ ଅଞ୍ଚଳରେ ଆମ୍ବ, ନିମ୍ବ, ତେନ୍ତୁଳି ଇତ୍ୟାଦି ଗଛ ଲଗେଇବେ। ସରକାରୀ, ଗୋଷ୍ଠୀ ଓ ଘରୋଇ ଜମିରେ ଏହି ଗଛ ଲଗାଇବେ ଆବେଦନକାରୀ। ଯାହାର ତଦାରଖ କରିବେ ସ୍ଥାନୀୟ ଥାନା ଆଇଆଇସି। 

ଜିଲ୍ଲା ନର୍ସରୀ ଅଧିକାରୀ ଓ ଡିଏଫଓ ଆବେଦନକାରୀଙ୍କୁ ଚାରା ଯୋଗାଇବେ। ଖୋର୍ଦ୍ଧା, ମାଲକାନଗିରି ଓ କେନ୍ଦୁଝର ଜିଲ୍ଲାରେ ହତ୍ୟା ପାଇଁ ଉଦ୍ୟମ ଅଭିଯୋଗ, ଦୁଷ୍କର୍ମ ଅଭିଯୋଗ, କାରରେ ନିଶାଦ୍ରବ୍ୟ ଚାଲାଣ ଅଭିଯୋଗ ଓ ହତ୍ୟା ପାଇଁ ଉଦ୍ୟମ ଅଭିଯୋଗରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଥିଲେ। ସମସ୍ତଙ୍କ ଜାମିନ ଆବେଦନ ନିମ୍ନ ଅଦାଲତରେ ଖାରଜ ହେବା ପରେ ସବୁ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ସମସ୍ତଙ୍କୁ ଜାମିନ ପ୍ରଦାନ ସମୟରେ ଏପରି ନିଆଁରା ସର୍ତ୍ତ ପ୍ରଦାନ କରିଛନ୍ତି ବିଚାରପତି ଜଷ୍ଟିସ ଡକ୍ଟର ସଞ୍ଜୀବ ପାଣିଗ୍ରାହୀ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
High Court's unique bail conditions to create a green environment | Argus News