Videos
|
Odisha

OSSSC ନିଯୁକ୍ତି ପରୀକ୍ଷା ବିବାଦର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

Rashmita Mishra
Browse all articles by Rashmita Mishra
·1 year ago·2 min read
OSSSC ନିଯୁକ୍ତି ପରୀକ୍ଷା ବିବାଦର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

Key Points

.OSSSC ନିଯୁକ୍ତି ପରୀକ୍ଷା ବିବାଦର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

.ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି

.ଆସିଥିବା ଅଭିଯୋଗର ତର୍ଜମା କରୁଛନ୍ତି ଉଚ୍ଚ ଅଧିକାରୀ

.OSSSC ନିଯୁକ୍ତି ପରୀକ୍ଷାରେ ଅନିୟମିତା ନେଇ ଆସିଥିଲା ଅଭିଯୋଗ 

.ରାଜରାସ୍ତାକୁ ଓହ୍ଲାଇଥିଲେ ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀ 

.ପରୀକ୍ଷାକୁ ମାନିପୁଲେଟ କରିବାକୁ କିଛି ସଂସ୍ଥାକୁ ବ୍ୟବହାର କରାଯାଇଥିବା ନେଇଥିଲା ଅଭିଯୋଗ

ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ନିଯୁକ୍ତି ପରୀକ୍ଷା ବିବାଦର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହା କୁହାଯାଇଛି । ରାଜ୍ୟ ସରକାର ଏହି ବିଷୟକୁ ଅତି ଗୁରୁତର ସହ ବିଚାରକୁ ନେଇଛନ୍ତି। ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ବଚ୍ଛ ନିଯୁକ୍ତି ପରୀକ୍ଷା କରିବା ପାଇଁ ସରକାର ପ୍ରତିବଦ୍ଧ। ଯେଉଁସବୁ ଅଭିଯୋଗ ଆସିଛି, ତାକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ଵାରା ତର୍ଜମା କରୁଛନ୍ତି। ଏନେଇ ସରକାର ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

OSSSC ଦ୍ଵାରା କମ୍ପ୍ୟୁଟର ଅଧାରିତ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ସାମନାକୁ ଆସିଥିଲା ବିଜେଡି ସରକାରରେ କେଳେଙ୍କାରୀର ଚିତ୍ର । ନିଯୁକ୍ତିକୁ ଦୁର୍ନୀତି ଆଧାର କରିଥିଲା ବିଜେଡି । ପରୀକ୍ଷା ଆଉଟସୋର୍ସିଂ କରିଥିଲା OSSSC । ଯେଉଁ କମ୍ପାନୀମାନଙ୍କୁ ପରୀକ୍ଷା ଦାୟିତ୍ବ ଦିଆଯାଇଥିଲା ସେଗୁଡିକ ବ୍ଲାକଲିଷ୍ଟେଡ । ଅଭିଯୋଗ, ପରୀକ୍ଷାକୁ ମାନିପୁଲେଟ କରିବାକୁ ଏହି ସଂସ୍ଥାମାନଙ୍କୁ ବ୍ୟବହାର କରାଯାଉଥିଲା । ପ୍ରଶ୍ନ ଉଠିଥିଲା, ଏହି ବ୍ଲାକ ଲିଷ୍ଟେଜ କମ୍ପାନୀମାନଙ୍କୁ କାହିଁକି ପରୀକ୍ଷା ଦାୟିତ୍ଵ ଦିଆଯାଇଥିଲା । ବଡ଼ ପ୍ରଶ୍ନ କେଉଁ ଆଧାରରେ ଓକାକ୍ ବ୍ଲାକ ଲିଷ୍ଟେଡ୍ କଂପାନୀଙ୍କୁ ଦେଇଥିଲା ପରିଚାଳନା ଦାୟିତ୍ଵ। ପିଲାଙ୍କ ଭବିଷ୍ୟତ ସହ କାହିଁକି ଖେଳ ଖେଳାଯାଇଛି । ଏନେଇ ବାରମ୍ବାର ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ଏବେ ସରକାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀ ଏହାକୁ ସ୍ଵାଗତ କରିଛନ୍ତି । ତେବେ ସେମାନେ ପରୀକ୍ଷା ବାତିଲ କରିବା ପାଇଁ ଦାବି ରଖିଛନ୍ତି ।  

ଓଡିଶାରେ BJD ସରକାରରେ କୋଟି କୋଟି ଟଙ୍କାର କାରବାର କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି ଦୁର୍ନିତୀ ଖୋର ବାବୁ। ପରୀକ୍ଷା ପରିଚାଳନା ପାଇଁ ଘରୋଇ କମ୍ପାନୀ ଗୁଡ଼ିକୁ ସ୍ଵତନ୍ତ୍ର ସିକୃତି ଦେଇ ଘୋଟାଲା ପାଇଁ ନିଜେ ବାଟ ଫିଟେଇଥିଲେ ପୁର୍ବ BJD ସରକାର। ଏବେ ତଦନ୍ତ ପରେ କେଳେଙ୍କାରୀର ସତ ସାମନାକୁ ଆସିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

High-level inquiry into OSSSC recruitment exam controversy initiated | Argus News