Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶା ଅଭିବୃଦ୍ଧିକୁ ଗତି ଦେବ ହାଇ-ସ୍ପିଡ ରୋଡ୍ କରିଡର

Smruti Parija
Browse all articles by Smruti Parija
·1 year ago·2 min read
ଓଡିଶା ଅଭିବୃଦ୍ଧିକୁ ଗତି ଦେବ ହାଇ-ସ୍ପିଡ ରୋଡ୍ କରିଡର

Key Points

  • ଓଡିଶା ଅଭିବୃଦ୍ଧିକୁ ଗତି ଦେବ ହାଇ-ସ୍ପିଡ ରୋଡ କରିଡର
  • ଘଣ୍ଟାପ୍ରତି ୧୨୦ କିମି ଗତିରେ ଚାଲିବ ଗାଡି
  • ୭ ଘଣ୍ଟାର ରାସ୍ତା ୩ ଘଣ୍ଟାରେ ହେବ ଅତିକ୍ରମ
  • ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ହେବ ୨୮୭ କିମି ହାଇ-ସ୍ପିଡ ରୋଡ

ଅର୍ଗସ ବ୍ୟୁରୋ: ଓଡିଶାରେ ଗମନାଗମନ ଓ ପରବହନ ଭିତ୍ତିଭୂମି ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ ପ୍ଲାନ । ସମଗ୍ର ଓଡିଶାକୁ ଯୋଡିବ ଗ୍ରାଣ୍ଡ ରିଙ୍ଗ ରୋଡ । କେନ୍ଦ୍ର ସରକାରଙ୍କ ପିଏମ ଗତିଶକ୍ତି ଯୋଜନାରେ ହାଇସ୍ପିଡ ରୋଡ ନେଟୱାର୍କ ଢାଞ୍ଚାରେ ଓଡିଶାରେ ତିଆରି ହେବ ହାଇସ୍ପିଡ କରିଡର । ମାଲକାନଗିରିର ମୋଟୁ ଠାରୁ ଆରମ୍ଭ କରି ମୟୂରଭଞ୍ଜର ତିରିଙ୍ଗି ପର୍ଯ୍ୟନ୍ତ ତିଆରି ହେବ ହାଇ-ସ୍ପିଡ ରୋଡ ନେଟୱାର୍କ । ପ୍ରଥମ ପର୍ଯ୍ୟାୟରେ ହେବ ବ୍ରହ୍ମପୁରରୁ ଜୟପୁର ସଂଯୋଗୀକରଣ । ୨୮୭ କିଲୋମିଟର ଲମ୍ବା ହାଇ-ସ୍ପିଡ ରୋଡ ତିଆରି କରିବେ ରାଜ୍ୟ ସରକାର । ଏବେ ୯ ଘଣ୍ଟା ସମୟ ଲାଗୁଥିବା ବେଳେ ହାଇ-ସ୍ପିଡ ରୋଡ ହେଲେ ସାଢ଼େ ୩ ଘଣ୍ଟାରେ ବ୍ରହ୍ମପୁରରୁ ଜୟପୁରରେ ପହଞ୍ଚି ହେବ । 

ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ଦେଇ ଯିବ ଏହି ହାଇ-ସ୍ପିଡ କରିଡର । ଯେଉଁଥିରେ କି ୪ଟି ଟନେଲ ନିର୍ମାଣ ପାଇଁ ପ୍ରସ୍ତାବ ରଖିଛନ୍ତି ସରକାର । ପ୍ରଥମ ଥର ପାଇଁ ଓଡିଶାରେ ନିର୍ମାଣ ହେବ ରୋଡ ଟନେଲ । ଏବେ ୪ ଲେନ ବିଶିଷ୍ଟ ରୋଡ ତିଆରି ହେବ ଏବଂ ପରେ ଏହାକୁ ୬ ଲେନ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ବିଭିନ୍ନ ସହର, ବନ୍ଦର, ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳ ଯୋଗାଯୋଗକୁ ଆହୁରି ସୁଦୃଢ କରିବ ହାଇ-ସ୍ପିଡ ରୋଡ । 

ବିଜେପି  ସରକାରଙ୍କ ଫୋକସରେ ଜାତୀୟ ରାଜପଥ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟରେ  ସାକ୍ଷାତ କରିବା ପରେ ପ୍ରସୁତ ହୋଇଛି ପୁରା ପ୍ଲାନ ।  ଗତ କାଲି ରାଜ୍ୟ ସରକାର ଏ ବାବଦରେ ସମୀକ୍ଷା କରି ହାଇସ୍ପିଡ ରୋଡ ନେଇ ଆଉ ପାଦେ ଆଗକୁ ବଢିଛନ୍ତି । ନୂଆ ସରକାରଙ୍କ ରାଜପଥ ଭିତ୍ତିଭୂମି ବିକାଶ ପ୍ରୟାସକୁ ସ୍ବାଗତ କରିଛନ୍ତି ସାଧାରଣ ଲୋକ

ଓଡ଼ିଶାରେ ୨୧ହଜାର ୬୫୦ କୋଟିର ରାଜପଥ ପ୍ରକଳ୍ପକୁ ଗତ ଅଗଷ୍ଟରେ ମିଳିଥିଲା ସବୁଜ ସଂକେତ ।  ପୁଣି  ଆଉ ୫୨ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ  ଦେଇଛନ୍ତି ପ୍ରସ୍ତାବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
high-speed-road-corridor-to-be-start-in-odisha-very-soon | Argus News