ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

Key Points
ତୁରନ୍ତ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ସବୁ ୟୁନିଭର୍ସିଟି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି
୧୪ ଅଗଷ୍ଟ ସୁଦ୍ଧା ପ୍ରତି ଶ୍ରେଣୀକୁ ପ୍ରତିନିଧିତ୍ଵ କରୁଥିବା ବଛାଯିବେ ଜଣେ ଛାତ୍ରୀ
୨୫ ଅଗଷ୍ଟ ସୁଦ୍ଧା ସେଲ୍ ଗଠନ ପ୍ରକ୍ରିୟା ସାରିବା ପରେ ୬ ଦିନିଆ ଆତ୍ମରକ୍ଷା ତାଲିମ
ତୁରନ୍ତ ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ । ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି । ସବୁ ବିଶ୍ଵବିଦ୍ୟାଳୟର କୁଳପତି, ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ତୁରନ୍ତ ଶକ୍ତିଶ୍ରୀ ସାଥୀ ବାଛିବାକୁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ ରହିଛି । ୧୪ ଅଗଷ୍ଟ ସୁଦ୍ଧା ପ୍ରତି ଶ୍ରେଣୀକୁ ପ୍ରତିନିଧିତ୍ଵ କରୁଥିବା ଜଣେ ଛାତ୍ରୀ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିନିଧିତ୍ଵ ପାଇଁ UG କିମ୍ବା PGର ଶେଷ ବର୍ଷର ଛାତ୍ରୀ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୦ ସୁଦ୍ଧା ଶକ୍ତିଶ୍ରୀ ସାଥୀ ବାଛିବାକୁ ନିର୍ଦ୍ଦେଶ ସହ ୨୫ ଅଗଷ୍ଟ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ଦିନିଆ ଆତ୍ମରକ୍ଷା ତାଲିମ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।