ହ୍ୟାକ୍ ହେଲା ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଓ ରେଭେନ୍ସାର ୱେବ ସାଇଟ

Key Points
ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍
୪ ତାରିଖରୁ ଅପଲୋଡ଼ ହୋଇଛି ଅଶ୍ଲୀଳ ଓ ବେଟିଙ୍ଗ ଭିଡ଼ିଓ
କିଏ ହ୍ୟାକର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି
ରେଭେନ୍ସା ବିଶ୍ଵବିଦ୍ୟାଳୟ ୱେବ ସାଇଟ ମଧ୍ୟ ହ୍ୟାକ୍
ଉଚ୍ଚ ଶିକ୍ଷା ବିଭାଗର ଇନଷ୍ଟା ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅଭିଯୋଗ । ପେଜ୍ରେ କେହି ଅଶ୍ଳୀଳ ଭିଡିଓ ଅପଲୋଡ୍ କରି ଦେଇଥିବା ଅଭିଯୋଗ ହୋଇଛି । ତେବେ କିଏ ହ୍ୟାକର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି । ସେନେଇ ଏବେବି ତଦନ୍ତ ଚାଲିଛି।
ସେପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍ ହ୍ୟାକ୍ । କେହି ଦୃର୍ବୃତ୍ତ ୱେବସାଇଟ୍କୁ ହ୍ୟାକ୍ କରି ଦେଇଥିବା ଦେଖିବାକୁ ମିଳିଛି । ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍କୁ କ୍ଲିକ୍ କଲେ ଏକ ବେଟିଂ ସାଇଟ୍ ଖୋଲୁଛି । ମୋବାଇଲ୍ରେ ୱେବ୍ସାଇଟ୍ ଖୋଲିଲେ ‘ବେଣ୍ଟୋ-ଫୋର୍ ଡି’ ପରି ଏକ ବେଟିଂ ପ୍ଲାଟ୍ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ମାତ୍ର ଏହାକୁ କ୍ଲିକ୍ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ । ରେଭେନ୍ସା ୱେବ୍ସାଇଟ୍ରୁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ ନେଇ କୌଣସି କାମ କରି ହେଉନଥିବା ଅଭିଯୋଗ ହୋଇଛି । କେମିତି ୱେବସାଇଟ୍ ହ୍ୟାକ୍ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।