Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାପା ପାଇଁ ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ

Sushanta Sahoo
Browse all articles by Sushanta Sahoo
·1 year ago·1 min read
କାପା ପାଇଁ ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ

Key Points

ହେଲା ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା

କଲେଜ ଆକାଉଣ୍ଟକୁ କାପା ପୋର୍ଟାଲରେ ଅପଡେଟ୍ କରି ନାହାନ୍ତି

ଭୁବନେଶ୍ଵର: ସରକାରୀ ନିର୍ଦ୍ଦେଶନାମାକୁ ମାନୁ ନଥିବା କଲେଜ ଅଧ୍ୟକ୍ଷଙ୍କ ଉପରେ ଆକ୍ସନ୍ । ବନ୍ଦ ହେଲା ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା । ସରକାରୀ ନିର୍ଦ୍ଦେଶକୁ ଖାତିର କରୁ ନଥିବା କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ । ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ଦରମା ଜାନୁଆରୀ ମାସରୁ ବନ୍ଦ ହେବ ।


ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ସତ୍ତ୍ଵେ ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟାଲରେ ଅପଡେଟ୍ କରି ନାହାନ୍ତି । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ରହିଛି । ତଥାପି ଏସବୁ କଲେଜ ଅଧକ୍ଷ ଅପଡେଟ୍ ନ କରିବାରୁ ଉଚ୍ଚ ଶିକ୍ଷା ବିଭାଗ ଅସନ୍ତୋଷ ପ୍ରକାଶ କରି ପଦକ୍ଷେପ ନେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖିଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷ ଙ୍କ ଦରମା ବନ୍ଦ ହୋଇଥିବା ବେଳେ ବାଲେଶ୍ୱର ଓ କଟକର ୪ଟି, ଗଞ୍ଜାମର ୭ଟି, ଜଗତସିଂହପୁରର ୫ଟି, ଖୋର୍ଦ୍ଧାର ୮ଟି ଏଭଳି ୬୩ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ ନେଇ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି ।

Sponsored
Higher Education Holds Remuneration Of 63 Non Govt Aided College Principal | Argus News