Videos
|
Odisha

Boat Mishap / ଉଚ୍ଚ ଶିକ୍ଷା ମନ୍ତ୍ରୀ ବନ୍ୟାଞ୍ଚଳକୁ ବୋଟରେ ଯାଉଥିବା ବେଳେ ଅଘଟଣ...ଓଲଟିପଡ଼ିଥିବା ଡଙ୍ଗାରୁ ଲୋକଙ୍କୁ ଉଦ୍ଧାର କଲେ

Rashmita Mishra
Browse all articles by Rashmita Mishra
·3 hours ago·1 min read
ଉଚ୍ଚ ଶିକ୍ଷା ମନ୍ତ୍ରୀ ବନ୍ୟାଞ୍ଚଳକୁ ବୋଟରେ ଯାଉଥିବା ବେଳେ ଅଘଟଣ...ଓଲଟିପଡ଼ିଥିବା ଡଙ୍ଗାରୁ ଲୋକଙ୍କୁ ଉଦ୍ଧାର କଲେ
Boat Mishap

Key Points

ବନ୍ୟାଞ୍ଚଳରେ ଲୋକଙ୍କ ପାଖକୁ ଯାଉଥିଲେ ଉଚ୍ଚଶିକ୍ଷାମନ୍ତ୍ରୀ । 
ବୋଟରେ ଯାଉଥିବାବେଳେ ନିୟନ୍ତ୍ରଣ ହରାଇଥିଲା । 
ଖସି ଯାଉଥିବା ବୋଟକୁ ଟାଣି ଟାଣି ଅଟକାଇଲେ ସୂର୍ଯ୍ୟବଂଶୀ ସୂରଜ  । 
ବୋଟରେ ୧୨ରୁ ଅଧିକ ଲୋକ ଥିଲେ ।  

ଭଦ୍ରକର ବନ୍ୟାଞ୍ଚଳରେ ପରିଦର୍ଶନ ବେଳେ ଏକ ବଡ଼ ଅଘଟଣ ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରିଦର୍ଶନ କରିବା ପାଇଁ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅଧୀନ ବୋଡ଼କ ପଞ୍ଚାୟତରୁ ଓରାଳୀ ଗ୍ରାମକୁ ବୋଟରେ ଯାଉଥିଲେ । ବୋଟରେ ମନ୍ତ୍ରୀଙ୍କ ସହ ପ୍ରାୟ ୧୨ରୁ ଅଧିକ ଲୋକ ଥିଲେ । କିଛି ବାଟ ଯିବା ପରେ ବର୍ଷା ସାଙ୍ଗକୁ ରେବ ନଦୀର ପ୍ରୋଖର ସ୍ରୋତରେ ବୋଟଟି ନିୟନ୍ତ୍ରଣ ହରାଇ ଏପରି ଏକ ଦୁର୍ଘଟଣା ଘଟିଛି।

ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଥିବା ବେଳେ ପଖରେ ଥିବା ଏକ ଗଛ ଓ ମାଛଧରା ଜାଲ ଦ୍ଵାରା ବୋଟଟି ଅଟକିଯାଇଥିଲା । ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ସମୟରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇ ବୋଟରୁ ଓହ୍ଲାଇ ବୋଟକୁ ଧରି ସ୍ଥିର କରିବାରେ ସହଯୋଗ କରିଥିଲେ । ପରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳଙ୍କ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣାଯାଇଥିଲା ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହସକୁ ପ୍ରଶଂସା କରିଥିଲେ । ତଥାପି ବନ୍ୟା ବିପଦ ସମୟରେ ସତର୍କତା, ତୁରନ୍ତ ପଦକ୍ଷେପ ଓ ପରସ୍ପର ସହଯୋଗ କିପରି ଜୀବନ ବଞ୍ଚାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: