Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଶ୍ଵବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜରେ ଏକ ଚତୁର୍ଥାଂଶ ଛାତ୍ରୀଙ୍କ ପାଇଁ ହଷ୍ଟେଲ....

Odisha

ବିଶ୍ଵବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜରେ ଏକ ଚତୁର୍ଥାଂଶ ଛାତ୍ରୀଙ୍କ ପାଇଁ ହଷ୍ଟେଲ....

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବିଶ୍ଵବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜରେ ଏକ ଚତୁର୍ଥାଂଶ ଛାତ୍ରୀଙ୍କ ପାଇଁ ହଷ୍ଟେଲ....

ବିଧାନସଭାରେ ଛାତ୍ରୀଙ୍କ ହଷ୍ଟେଲ ପ୍ରସଙ୍ଗ ଉଠାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ସ୍ଵୟଂଶାସିତ କଲେଜ ଗୁଡକର ହଷ୍ଟେଲ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ସୂର୍ଯ୍ୟବଂଶୀ । ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ଗୁଡିକରେ 77,722 ଛାତ୍ରୀ ପଢୁଛନ୍ତି ।ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ବ୍ୟତୀତ ବାକି 15 ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜରେ 20 ହଜାର 540 ଛାତ୍ରୀଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ଅଛି । ଉତ୍କଳ ବିଶ୍ଵବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ଛାତ୍ରୀ ହଷ୍ଟେଲ ପାଇଁ 9 କୋଟି 60 ଲକ୍ଷ 8 ହଜାର 400 ଟଙ୍କା, ଉତ୍କଳ ବିଶ୍ଵବିଦ୍ୟାଳୟ ଲେଡ଼ିଜ ହଷ୍ଟେଲ ନବୀକରଣ ପାଇଁ 5 କୋଟି 6 ଲକ୍ଷ 94 ହଜାର ବ୍ୟବସ୍ଥା କରାଯାଇଛି । 

ସେହିପରି ରମାଦେବୀ ବିଶ୍ଵବିଦ୍ୟାଳୟ ଅନନ୍ୟା ହଷ୍ଟେଲ ପାଇଁ ୧ କୋଟି 46 ଲକ୍ଷ 3 ହଜାର 500, ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ SC ST ଲେଡ଼ିଜ ହଷ୍ଟେଲର 300 ଶଯ୍ୟା ପାଇଁ 8 କୋଟି 36 ଲକ୍ଷ 64 ହଜାର 400, ଧରଣୀଧର ବିଶ୍ୱବିଦ୍ୟାଳୟର 300 ଶଯ୍ୟା ପାଇଁ 11 କୋଟି, ଖଲିକୋଟ ୟୁନିଟାରୀ ପିଜି ହଷ୍ଟେଲର ମରାମତି ପାଇଁ 31 ଲକ୍ଷ 83 ହଜାର 500 ଟଙ୍କାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Higher Education Minister Suryavanshi Suraj raises issue about girls student hostels in the Assembly | Argus News