Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଆରା ପୂଜାମଣ୍ଡପ : ଯେଉଁଠି ହିନ୍ଦୁ-ମୁସଲିମ୍‌ ମିଶି କରନ୍ତି ଦୁର୍ଗାପୂଜା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନିଆରା ପୂଜାମଣ୍ଡପ : ଯେଉଁଠି ହିନ୍ଦୁ-ମୁସଲିମ୍‌ ମିଶି କରନ୍ତି ଦୁର୍ଗାପୂଜା

ଅର୍ଗସ ବ୍ୟୁରୋ: ଆକର୍ଷଣୀୟ ସାଜସଜ୍ଜା । ରଙ୍ଗବେରଙ୍ଗର ଲାଇଟ୍‌ରେ ଝିଲମିଲ ହେଉଛି ଆକାଶ । କାରଣ ଆଶ୍ଵିନୀର ଶୀତଳ ସ୍ପର୍ଶରେ ଧରାବତରଣ କରିଛନ୍ତି ମାଆ ଦୁର୍ଗା । ଗାଁ ଗାଁରେ...ଛକ ଛକରେ ଚାଲିଛି ପୂଜା । ପାର୍ବଣ ପାଇଁ ପ୍ରତିଟି ଓଡ଼ିଆ ଘର ଉତ୍ସବମୁଖର ହୋଇଛି । କୁହାଯାଏ କି ଶାରଦୀୟ ଦୁର୍ଗାପୂଜା ହିନ୍ଦୁଙ୍କର ବଡ଼ ପୂଜା । ହେଲେ ବୌଦ୍ଧ କଂଟାମାଲରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଏଠାରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପଦ୍ରାୟର ଲୋକ ଏକତ୍ରୀତ ହୋଇ ମାଆଙ୍କୁ କରୁଛନ୍ତି ଆବାହନ ।

ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତଜନନୀ ମାଆ ଦୁର୍ଗା । ହୋମର ନିଆଁ, ଝୁଣାର ଧୂଆଁରେ ମହକୁଛି ପୁରପଲ୍ଲୀ ଓ ପୂଜା ମଣ୍ଡପ  । କେଉଁଠି ମାଆଙ୍କ ଷୋଳପୂଜା ତ କେଉଁଠି ନବରାତ୍ର ତ ପୁଣି କେଉଁଠି ସପ୍ତମୀରୁ ଦଶହରା ଯାଏ ବିଭିନ୍ନ ନୀତିକାନ୍ତରେ ଚାଲିଛି ପୂଜା l ହେଲେ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ବୌଦ୍ଧ କଣ୍ଟାମାଳର ପୂଜା । କାରଣ ସେଠାରେ ଉଭୟ ହିନ୍ଦୁ ଓ ମୁସଲିମ ଭାଇଭଉଣୀ ମିଶି କରୁଛନ୍ତି ଶାରଦୀୟ ଦୁର୍ଗାପୂଜା । 

ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୩୯ ବର୍ଷ ହେଲାଣି ମାଆଙ୍କୁ ପୂଜା କରୁଛନ୍ତି ମନମୁଣ୍ଡାର ଗାଁ ଲୋକେ । ପୂଜା ତ ସମସ୍ତେ କରୁଛନ୍ତି ହେଲେ ଅନ୍ୟ ଧର୍ମର ହେବା ପରେ ବି ଏକାଠି ମାଆଙ୍କୁ ପୂଜା କରିବାର ଘଟଣା ବୋଧହୁଏ ଏଇଠି ପ୍ରଥମ । ଆମେ ସମସ୍ତେ ଜାଣନ୍ତି ଭାଇ ଚାରାର ସହର କଟକରେ ବି ହିନ୍ଦୁ ଓ ମୁସଲିମମାନେ ମିଶି ପୂଜା କରନ୍ତି । କିନ୍ତୁ ବୌଦ୍ଧ ସହରରେ ଏମିତି ନିଆରା ଦୃଶ୍ୟ ଆଉ କେଉଁଠି ଦେଖିବାକୁ ମିଳେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖାଲି ପୂଜା ହେଉଛି କାହା ନୁହେଁ ବରଂ ଦର୍ଶକଙ୍କ ଲାଗି ଆକର୍ଷଣୀୟ ତୋରଣ ସହ ଲାଇଟ୍‌ ଗେଟ୍‌ ବି ହୋଇଛି । ଯାହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି । ଏହାସହ ଦର୍ଶକଙ୍କ ମନୋରଂଜନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଉଛି । ସଂଧ୍ୟା ନଇଁଲେ ଶହଶହ ଭକ୍ତ ମାଆଙ୍କ ଦର୍ଶନ କରିବା ସହିତ ପୂଜାର ମଜା ଉଠାଉଛନ୍ତି । କିନ୍ତୁ ଏକା ସାଙ୍ଗରେ ଉଭୟ ହିନ୍ଦୁ ଓ ମୁସଲମାନ ମିଶି ପୂଜା କରୁଥିବାରୁ ଏବେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
 

Sponsored
Durga Puja 2024 | Argus News