Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବାରଣାସୀରେ ହିନ୍ଦୁ ଭାବବେଗର ଆଉ ଏକ ବଡ଼ ବିଜୟ

Odisha

ବାରଣାସୀରେ ହିନ୍ଦୁ ଭାବବେଗର ଆଉ ଏକ ବଡ଼ ବିଜୟ

Manini Pattanayak
Browse all articles by Manini Pattanayak
·2 years ago·1 min read
ବାରଣାସୀରେ ହିନ୍ଦୁ ଭାବବେଗର ଆଉ ଏକ ବଡ଼ ବିଜୟ

ନୂଆଦିଲ୍ଲୀ: ବାରଣାସୀ ଜ୍ଞାନବ୍ୟାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟରୁ ମୁସଲିମ ପକ୍ଷକୁ ବଡ଼ ଝଟକା ଲାଗିଛି। କାଶୀରେ ହିନ୍ଦୁଙ୍କ ଶତାବ୍ଦୀ ଶତାବ୍ଦୀର ଲଢେଇକୁ ଦ୍ବିତୀୟ ପର୍ଯ୍ୟାୟ ସଫଳତା। ଆଉ ନିରାଶ ହେବେନି ନନ୍ଦି ମହାରାଜ। ଜ୍ଞାନବାପୀର ବ୍ୟାସ ଭଣ୍ଡାର ଗୃହରେ ଜାରି ରହିବ ପୂଜାର୍ଚ୍ଚନା। ବଳବତ୍ତର ରହିବ ହିନ୍ଦୁଙ୍କୁ ମିଳିଥିବା ଅଧିକାର । ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ ଅପରିବର୍ତ୍ତିତ ରଖିଛନ୍ତି ଆଲ୍ଲାହାବାଦ ହାଇକୋର୍ଟ। ଏଥିସହ ମୁସଲିମ ପକ୍ଷ ଅର୍ଥାତ ଅଞ୍ଜୁମନ୍ ଇନ୍ତଜାମିୟା ମସଜିଦ କମିଟିକୁ ଲାଗିଛି ବଡ଼ ଝଟକା।

ବ୍ୟାସ ଭଣ୍ଡାର ଘର ବିବାଦୀୟ ଜ୍ଞାନବାପୀ ମସଜିଦର ତଳ ମହଲାରେ ରହିଛି। 1993 ମସିହା ନଭେମ୍ବର ମାସ ଯାଏ ଏଠାରେ ହିନ୍ଦୁମାନେ ପୂଜା କରୁଥିଲେ କିନ୍ତୁ ତତକାଳୀନ ମୁଲାୟମ ସିଂ ଯାଦବ ସରକାର ହିନ୍ଦୁଙ୍କଠାରୁ ପୂଜା ଅଧିକାର ଛଡାଇନେଇଥିଲେ। ତେବେ 31 ବର୍ଷ ପରେ ଗତ ଜାନୁଆରୀ 31ରେ ଭଣ୍ଡାର ଗୃହରେ ନିୟମିତ ପୂଜା କରିବା ନେଇ ହିନ୍ଦୁଙ୍କୁ ଅନୁମତି ଦେଇଥିଲେ ବାରଣାସୀ ଜିଲ୍ଲା ଅଦାଲତ। ଏହା ବିରୋଧରେ ହାଇକୋର୍ଟ ଯାଇଥିଲା ଅଞ୍ଜୁମନ୍ ଇନ୍ତଜାମିୟା ମସଜିଦ କମିଟି ଆଲ୍ଲାହାବାଦ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଗତ ଫେବ୍ରୁଆରୀ 15ରେ ରାୟକୁ ସଂରକ୍ଷିତ ରଖିଥିଲେ। ଏବେ ହଇକୋର୍ଟ ଜିଲ୍ଲା ଅଦାଲତଙ୍କ ରାୟକୁ କାୟମ ରଖିବା ପରେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟ ଯିବ ବୋଲି ଜଣାପଡ଼ିଛି।

ଐତିହାସିକ ତଥ୍ୟ ଅନୁଯାୟୀ ମୋଗଲ ଶାସକ ଔରଙ୍ଗଜେବଙ୍କ କାଳରେ ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଥିବା ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା। ସେବେଠାରୁ ସେଠାରେ ନିଜ ଅଧିକାର ଫେରିପାଇବା ପାଇଁ ସଂଘର୍ଷ ଜାରି ରଖିଆସିଛି ହିନ୍ଦୁ ସମାଜ। ନିକଟରେ ଜ୍ଞାନବାପୀ ମସଜିଦ ପରିସରରେ ଏଏସଆଇ ପକ୍ଷରୁ କରାଯଇଥିବା ସର୍ଭେରେ ବହୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ମିଳିଥିଲା। ଏଥିସହ ସେଠାରେ ପୂର୍ବରୁ ମନ୍ଦିର ଥିବା ନେଇ ଅନେକ ପ୍ରମାଣ ମିଳିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର  

Painting
Sponsored
Hindus to continue prayers in Vyas cellar, Allahabad HC says 'arguments by Muslim side appear weak' | Argus News