Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆରମ୍ଭ ହେଲା ହିଙ୍ଗୁଳା ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

Odisha

ଆରମ୍ଭ ହେଲା ହିଙ୍ଗୁଳା ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆରମ୍ଭ ହେଲା ହିଙ୍ଗୁଳା ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଆଜିଠାରୁ ଆରମ୍ଭ ହେଲା ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳା ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ନଅ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ । ମା' ହିଙ୍ଗୁଳାଙ୍କ ଦର୍ଶନ ଲାଗି ଆଜି ସକlଳୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣି, ଖରା ପାଇଁ ଟେଣ୍ଟ ସହ ପାଣି ଛିଞ୍ଚନ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଯାତ୍ରା ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିକୁ ସବୁଜ ସଙ୍କେତ ଦିଆଯାଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।


ମନ୍ଦିର ଓ ଉଭାସ୍ଥଳୀ ଚତୁଃପାର୍ଶ୍ୱ ସହ ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ୨ ଅତିରିକ୍ତ ଏସ୍‌ପି, ୩ ଡେପୁଟି ଏସ୍‌ପି, ୨ ଇନ୍ସପେକ୍ଟର, ୨୩ ସବ୍‌ ଇନ୍ସପେକ୍ଟର, ୧୪ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ୮ ହେଡ୍‌ କନଷ୍ଟେବଳ, ୮୭ କନଷ୍ଟେବଳ, ୪ ଟ୍ରାଫିକ କନଷ୍ଟେବଳ ଓ ୧୯ ସେକ୍ସନ ଫୋର୍ସ ରହିଛନ୍ତି।


ମନ୍ଦିର ପରିସରରେ ଥିବା ହାଇମାଷ୍ଟ ଲାଇଟ ଗୁଡିକର ମରାମତି କାର୍ଯ୍ୟ ସହ ଉଭାସ୍ଥଳୀକୁ ଏମ୍‌ସିଏଲ୍‌ ପକ୍ଷରୁ ଆଲୋକୀକରଣ କରାଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ସର୍ବତ, ଆଖୁରସ, ଆଇସକ୍ରିମ, ତରଭୁଜ, ପଣା ଆଦି ବିତରଣ ବ୍ୟବସ୍ଥା ହୋଇଛି। ଉଭାସ୍ଥଳୀ ପାଖରେ ଏକ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି। ଭିଡ଼ ଉପରେ ନଜର ରଖିବା ପାଇଁ ମନ୍ଦିର ଚତୁଃପାର୍ଶ୍ୱ ଓ ଉଭାସ୍ଥଳୀ ନିକଟରେ ସିସିଟିଭି କ୍ୟାମେରା ଲଗାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hingula-yatra-begins-lakhs-of-devotees-gather | Argus News