Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିଞ୍ଜିଳିର ଯୁବକ ପଶ୍ଚିମ ଆଫ୍ରିକାରୁ ପାକିସ୍ତାନୀଙ୍କ ଦ୍ୱାରା ଅପହରଣ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହିଞ୍ଜିଳିର ଯୁବକ ପଶ୍ଚିମ ଆଫ୍ରିକାରୁ ପାକିସ୍ତାନୀଙ୍କ ଦ୍ୱାରା ଅପହରଣ

Key Points

ପାକିସ୍ଥାନରେ ବନ୍ଧା ଓଡ଼ିଆ ଯୁବକ
ହିଞ୍ଜିଳିର ଯୁବକ ପଶ୍ଚିମ ଆଫ୍ରିକାରୁ ପାକିସ୍ତାନୀଙ୍କ ଦ୍ୱାରା ଅପହରଣ
ଘରେ ଶୋକାକୁଳ ପରିବେଶ

ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଯୁବକଙ୍କୁ ଅପହରଣ ଅଭିଯୋଗ I ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଛକର ପୋନାଡ଼ ଭେଂକେଟ ରମଣ ଗତ ୬ ମାସ ପୂର୍ବେ ପଶ୍ଚିମ ଆଫ୍ରିକା ବ୍ଲୁ ଷ୍ଟାର କମ୍ପାନୀ ତରଫରୁ ପଶ୍ଚିମ ଆଫ୍ରିକାର ମାଲି ଅଂଚଳରେ ଡାଇମଣ୍ଡ ସିମେଣ୍ଟ କମ୍ପାନୀକୁ କାମ କରିବାକୁ ଯାଇଥିଲେ I ୫ ଦିନ ହେବ ପରିବାର ଲୋକଙ୍କ ସହ ଯୋଗାଯୋଗ ବିଛିନ୍ନ ହେବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଖବର ପାଇଲେ ଅଲଂକାଇଦା ନାମକ ଏକ ପାକିସ୍ତାନୀ ସଂସ୍ଥା ପୋନାଡ଼ ଭେଂକେଟ ରମଣଙ୍କୁ ଅପହରଣ କରିନେଇଛି I

ଘରର ରୋଜଗାରିଆ ବଡ ପୁଅ ଏବେ ପାକିସ୍ତାନୀ କବଜାରେ I ପଶ୍ଚିମ ଆଫ୍ରିକାର ମାଲି ଅଂଚଳରେ ଏକ ସିମେଣ୍ଟ କମ୍ପାନୀରେ କାମ କରୁଥିବା ବେଳେ ଅଲଂକାଇଦା ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଦ୍ୱାରା ଅପହରଣ ହୋଇଛନ୍ତି I ଅନ୍ତର୍ଜାତୀୟ ଏବଂ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I ସୂଚନା ଅନୁସାରେ ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଅଂଚଳର ଯୁବକ ପୋନାଡ଼ ଭେଂକେଟ ରମଣ ୫-୬ ବର୍ଷ ହେଲା ମୁମ୍ବାଇରେ କାମ କରିଆସୁଥିଲେ I ଗତ ୬ ମାସ ପୂର୍ବେ ପଶ୍ଚିମ ଆଫ୍ରିକାରେ ଡାଇମଣ୍ଡ ସିମେଣ୍ଟ କମ୍ପନିରେ କାମ ଥିବାର ବ୍ଲୁ ଷ୍ଟାର କମ୍ପାନୀ ଦ୍ୱାରା ଜାଣିବାକୁ ପାଇଥିଲେ I କମ୍ପାନୀ ସହ ଚୁକ୍ତି କରି ଗତ ନଭେମ୍ବର ମାସରେ ପଶ୍ଚିମ ଆଫ୍ରିକା ଯାଇ କାମ ଆରମ୍ଭ କରିଥିଲେ I


ସବୁ କିଛି ଠିକ ଚାଲିଥିଲା କିନ୍ତୁ ୪-୫ ଦିନ ହେବା ପରିବାର ଲୋକେ ଭେଂକେଟଙ୍କ ସହ ଯୋଗାଯୋଗ କରିପାରୁନଥିଲେ I ଯାହାକୁ ନେଇ ପରିବାର ଲୋକେ ବିବ୍ରତ ଥିବା ବେଳେ ସିମେଣ୍ଟ କମ୍ପନିରୁ ଫୋନ କଲ କରି ଆପଣଙ୍କ ପୁଅକୁ ପୋଲିସ ଉଠାଇନେଇଛି ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ I କିନ୍ତୁ ପରିବାର ଲୋକେ ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ଅଲଂକାଇଦା ନାମକ ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଅପହରଣ କରିନେଇଥିବା ଅଭିଯୋଗ ହେବା ପରେ ସେମାନେ ପୁନଶ୍ଚ ସିମେଣ୍ଟ କମ୍ପାନୀକୁ ଫୋନ କରି ସତ ଜାଣିବାକୁ ପାଇଥିଲେ I

ପଶ୍ଚିମ ଆଫ୍ରିକାର ମାଲି ଅଂଚଳରେ ହେଇଥିବା ଅପହରଣରେ ଓଡ଼ିଆ ଯୁବକ ଜାଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ସତେ ଯେମିତି ମାଟି ଖସିଯାଇଛି ନା ଘରେ ଚୁଲି ଜଳୁଛି ନା ଘର ଲୋକେ ଠିକ ସେ ଖିଆପିଆ କରୁଛନ୍ତି I ଭେଂକେଟଙ୍କ ବାପାଙ୍କ ମୃତ୍ୟୁ ପରେ ମା ବଡ ପୁଅଙ୍କ ମୁହଁ ଦେଖି ଦିନକାଟିଦେଉଥିଲେ କିନ୍ତୁ ମା ପୁଅର ଅପହରଣ ଘଟଣା ଶୁଣିବା ପରେ ଝୁରି ଝୁରି ଦିନ କାଟୁଛନ୍ତି I ଘଟଣାରେ କମ୍ପାନୀ ସଠିକ ତଥ୍ୟ ଦେଉନଥିବା ବେଳେ ଓଡିଶା ଏବଂ ଭାରତ ସରକାର ତୁରନ୍ତ ସେଠୁ ଉଦ୍ଧାର କରି ଘରକୁ ଫେରାଇ ଆଣିବାକୁ ବିନମ୍ର ନିବେଦନ କରିଛନ୍ତି I ଘଟଣାକୁ ଗୁରୁତର ସହିତ ନେଇ ହିଞ୍ଜିଳି ତହସିଲଦାର ସାଙ୍ଗକୁ ଅଂଚଳର ରାଜସ୍ବ ନିରୀକ୍ଷକ ପହଂଚି ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇଛନ୍ତି Iବାପାଙ୍କ ପରେ ଘରର ଭାର ସମ୍ଭାଳୁଥିବା ବଡ ପୁଅ ଏବେ ପାକିସ୍ଥାନୀ ଆତଙ୍କବାଦୀ କବ୍ଜାରେ I ପୁଅକୁ ଫେରାଇ ଆଣିବାକୁ ପରିବାର ବର୍ଗଙ୍କ ଆକୁଳ ନିବେଦନ I


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hinjili-youth-kidnapped-by-pakistanis-from-west-africa | Argus News