Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅବକାରୀ ପକ୍ଷରୁ ନକଲି ବିଦେଶୀ ମଦ ଜବତ

Smruti Parija
Browse all articles by Smruti Parija
·1 year ago·1 min read
ଅବକାରୀ ପକ୍ଷରୁ  ନକଲି ବିଦେଶୀ ମଦ ଜବତ

Key Points

ହିଞ୍ଜିଳିକାଟୁ ଓ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ହିଞ୍ଜିଳିକାଟୁ ବସଷ୍ଟାଣ୍ଡରୁ ବିଦେଶୀ ମଦ ଜବତ ।

ବ୍ରହ୍ମପୁର: ହିଞ୍ଜିଳିକାଟୁ ଓ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ହିଞ୍ଜିଳିକାଟୁ ବସଷ୍ଟାଣ୍ଡରୁ ବିଦେଶୀ ମଦ ଜବତ । ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଏକ ଘରୋଇ ବସ ଯୋଗେ ପୁରୁଷୋତ୍ତମପୁର ଅଞ୍ଚଳକୁ ମଦ ଚାଲାଣ ହେଉଥିବାବେଳେ ହିଞ୍ଜିଳିକାଟୁ ଓ ଛତ୍ରପୁର ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ତତ୍ତ୍ୱାବଧାନରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡରୁ ପୁରୁଷୋତ୍ତମୁରକୁ ଚାଲାଣ ହେଉଥିବା ବେଳେ ୧୭ ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିବା ସୂଚନା ମିଳିଛି । ଅବକାରୀ ବିଭାଗ ପକ୍ଷରୁ କେସ ନଂ ୭୩/୨୪-୨୫ରେ ମାମଲା ରୁଜୁ କରି ହିଞ୍ଜିଳିକାଟୁ ଅଞ୍ଚଳର ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସେ ବହୁତ ଦିନ ହେବ ନକଲି ମଦ ତିଆରି କରି ହିଞ୍ଜିଳିକାଟୁ ରୁ ବିଭିନ୍ନ ଅଞ୍ଚଳ କୁ ନକଲି ମଦ ଚାଲାଣ କରୁଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hinjilikittu and Chhatrapur Excise Department seizes foreign liquor from Hinjilikittu bus stand | Argus News