Videos
|
Odisha

Hirakud Dam / ବଢ଼ୁଛି ହୀରାକୁଦ ଜଳଭଣ୍ତାର: ଜୁଲାଇ ୯ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ

Rashmita Mishra
Browse all articles by Rashmita Mishra
·2 weeks ago·2 min read
ବଢ଼ୁଛି ହୀରାକୁଦ ଜଳଭଣ୍ତାର: ଜୁଲାଇ ୯ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ
Hirakud Dam

Key Points

ଜୁଲାଇ ୯ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ
ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ
ହୀରାକୁଦ ଜଳଭଣ୍ତାର ଜଳସ୍ତର ବୃଦ୍ଧି ପରେ ନିଷ୍ପତ୍ତି
ଉପର ମୁଣ୍ତରୁ ଜଳ ପ୍ରବେଶ ବଢୁଥିବାରୁ ଗେଟ ଖୋଲିବା ନେଇ ନିଷ୍ପତ୍ତି 

ଜୁଲାଇ ୯ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ । ହୀରାକୁଦ ଜଳଭଣ୍ତାର ଜଳସ୍ତର ବୃଦ୍ଧି ଓ ଉପର ମୁଣ୍ତରୁ ଜଳ ପ୍ରବେଶ ବଢୁଥିବାରୁ ଗେଟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଛତିଶଗଡରେ ବର୍ଷା ଯୋଗୁ କଲମା ବ୍ୟାରେଜ ରୁ ୪୬ ଟି ଗେଟ ଖୋଲିଛି ।

ଡାକବାଜି ଯନ୍ତ୍ର ଦ୍ଵାରା ହିରାକୁଦ ଗେଟ ଖୋଲିବା ପୁର୍ଵରୁ ତଲିଆ ଅଂଚଳରେ ସର୍ତକ ସୂଚନା ଦିଆଯାଉଛି । ଜୁଲାଇ ୯ ରେ ହୀରାକୁଦ ନଦୀ ବନ୍ଧ ଖୋଲିବ...ହୀରାକୁଦ ଜଳଭଣ୍ତାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ । ତେଣୁ ରାଜ୍ୟର ମହାନଦୀ କୂଳିଆ ଜିଲ୍ଲା ମାନଙ୍କୁ ଏହି ସତର୍କ ସୂଚନା ଜାରି କରାଯାଇଛି । ମହାନଦୀ ଭିତରକୁ ଜନସାଧାରଣ ଓ ମତ୍ସ୍ୟଜୀବୀଙ୍କ ପ୍ରବେଶ ବାରଣ କରାଯାଇଛି ।...

୯ ତାରିଖ ଦିନ ୧୧ ଟାରେ ପରମ୍ପରା ଅନୁୟାୟୀ ପୂଜାର୍ଚ୍ଚନା ପରେ ଗେଟ ଖୋଲାଯିବ । ଛତିଶଗଡରେ ବର୍ଷା ଯୋଗୁ କଲମା ବ୍ୟାରେଜର ୪୬ ଟି ଖୋଲିଲାଣି । ଏଥିପାଇଁ ହୀରାକୁଦ ଜଳଭଣ୍ତାର କୁ ଜଳପ୍ରଵେଶ ବଢିବାରେ ଲାଗିଛି । ଆସନ୍ତା ୯ ତାରିଖ ଗୁରୁବାର ସୁଦ୍ଧା ଜଳସ୍ତର ୬୧୨ ରୁ ୬୧୩ ଫୁଟ ପର୍ଯ୍ୟନ୍ତ ପହଂଚିଥିବ ।

ଗେଟ ଖୋଲିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଛନ୍ତି । ତେଵେ ସ୍ଥିତି ଦେଖି କେତୋଟି ଗେଟ ଖୋଲାଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ହୀରାକୁଦ ଗେଟ ଖୋଲିବା ପରେ ମହାନଦୀ ତଳିଆ ଅଂଚଳ ଜିଲ୍ଲାରେ କୌଣସି ବନ୍ୟା ପରିସ୍ଥିତ ହେବାର ଆଶଙ୍କା ନଥିବା ସୂଚନା ରହିଛି ।

ମାଇକ୍‌ ଯୋଗେ ଆନାଉନ୍ସ କରାଯାଉଛି । ଅଟୋରେ ମାଇକ୍‌ ଧରି ବୁଲୁଛନ୍ତି ଜଳ ସମ୍ପଦ ଅଧିକାରୀ । କୁହାଯାଉଛି କି ହୀରାକୁଦ ଗେଟ୍‌ ଖୋଲିଲା ପରେ ମହାନଦୀ ଏବଂ ତାର ସାଖା ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ । ସେହି ସମୟରେ ସମସ୍ତେ ନଦୀ ଠାରୁ ଦୁରେଇ ରହିବେ । କେହି ନଦୀକୁ ଯିବେ ନାହିଁ । ନଦୀକୁ ଗଲେ ଜୀବନ ପ୍ରତି ବିପଦ ରହିଛି । ପ୍ରଖର ଗତିରେ ପାଣି ଆସିଲେ ଭସାଇ ନେବାର ସମ୍ଭାବନା ରହିଛି । ଜଳସମ୍ପଦ ବିଭାଗ ପକ୍ଷରୁ ଏଭଳି ସଚେତନତା ଆରମ୍ଭ ହୋଇଛି। ଦୁଇଟି ଅଟୋରେ ତଳିଆ ଅଞ୍ଚଳରେ ଆନାଉନ୍ସ କରୁଛି ଜଳସମ୍ପଦ ବିଭାଗ ।

ଯଦି ଦେଖିବା ବର୍ଷା ପାଇଁ ହୀରାକୁଦରେ ବଢ଼ିବାକୁ ଲାଗିଛି ଜଳସ୍ତର । ଯାହାକୁ ଦେଖି ଆସନ୍ତା ୯ ତାରିଖରେ ଖୋଲିବାକୁ ଯାଉଛି ହୀରାକୁଦ୍‌ ଗେଟ୍‌ । ବନ୍ୟାଜଳ ନିଷ୍କାସନ ପୂର୍ବରୁ ପ୍ରଶାସନ ତରଫରୁ କିଛି ଏସ୍‌ଓପି ପାଳନ କରାଯାଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଲୋକଙ୍କୁ ସଚେତନ କରାଇବା । ଯେଉଁମାନେ ହୀରାକୁଦ ତଳମୁଣ୍ଡ ଅବବାହିକାରେ ବସବାସ କରନ୍ତି ସେମାନେ ପ୍ରତିଦିନ ନଦୀକୁ ଯାଆନ୍ତି ନିଜର ନିତ୍ୟବ୍ୟବହାର୍ଯ୍ୟ କାମ କରନ୍ତି । ସେହି ମାନଙ୍କ ପାଇଁ ସୁରକ୍ଷା ଦୃଷ୍ଟିରୁ ପ୍ରଚାର କରିଥାଏ ପ୍ରଶାସନ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hirakud Dam | Hirakud Dam Gates To Open On July 9 As Water Level Rises | Argus News