Hirakud Dam / ଖୋଲିଲା ହୀରାକୁଦ ଗେଟ୍... ୪ ଟି ଗେଟ୍ ଦେଇ ବାହାରିଲା ବର୍ଷର ପ୍ରଥମ ବନ୍ୟା ଜଳ

Key Points
ବାଜିଲା ସାଇରନ୍ ଖୋଲିଲା ହୀରାକୁଦ ଗେଟ୍
୪ ଟି ଗେଟ୍ ଦେଇ ବାହାରିଲା ବର୍ଷର ପ୍ରଥମ ବନ୍ୟା ଜଳ
ବାଜିଲା ସାଇରନ୍ ଖୋଲିଲା ହୀରାକୁଦ ଗେଟ୍... ୪ ଟି ଗେଟ୍ ଦେଇ ବାହାରିଲା ବର୍ଷର ପ୍ରଥମ ବନ୍ୟା ଜଳ । ତଳିଆ ଅଞ୍ଚଳରେ ଲୋକେ ଭୟଭିତ । ସୁ...ସୁ ଗର୍ଜନ କରି ମାଡ଼ି ଆସିଲା ପାଣି । ପ୍ରବଳ ବର୍ଷା ପରେ ଖୋଲିଲା ହୀରାକୁଦ ଗେଟ୍ । ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ମହାନଦୀ ସହ ଏବେ ଫୁଲିବ ସାଖା ନଦୀ ।
ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ତୁହାକୁ ତୁହା ବର୍ଷାରେ ଚାରିଆଡ଼େ ଖାଲି ପାଣି ପାଣି ଆଉ ପାଣି । ବର୍ଷା କାରଣରୁ ବିଭିନ୍ନ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଛି । ହୀରାକୁଦରେ ଜଳସ୍ତର ବଢ଼ିବା ପରେ ଖୋଲିଛି ହୀରାକୁଦ ଗେଟ୍ । ହୀରାକୁଦ ଜଳ ଭଣ୍ଡାରରେ ଏବେ ପ୍ରବେଶ କରୁଛି ୧ ଲକ୍ଷ ୬୪ ହଜାର ୯ କ୍ୟୁସେକ୍ ପାଣି । ସାଇରନ୍ ବାଜିଲା ପରେ ଗେଟ୍ ଖୋଲିଛି । ପ୍ରବଳ ବେଗରେ ମହାନଦୀରେ ପ୍ରବେଶ କରୁଛି ହୀରାକୁଦ ଜଳ । ଏହାକୁ ଦେଖି ଭୟରେ ତଳିଆ ଅଞ୍ଚଳ ।
ହୀରାକୁଦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପୁରା ଧୂଆ ମୟ ହୀରାକୁଦର ଅବବାହିତ । ସୁସୁ ଗର୍ଜନ କରି ପ୍ରଖର ଗତିରେ ଗେଟ୍ ଦେଇ ବାହାରୁଛି ପାଣି । ଯେଉଁ ସ୍ଥାନ ସୁଖିଲା ପଡ଼ିଥିଲା ସେହି ସ୍ଥାନ ଏବେ ହୀରାକୁଦ ପାଣିରେ ଭରି ଯାଇଛି ।
ଗୋଟିଏ ପରେ ଗୋଟିଏ ୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେବ। ଗେଟ ଖୋଲିଲା ପରେ ତଳିଆ ଅଞ୍ଚଳର ଲୋକେ ଏବେ ଭୟରେ ରହିଛନ୍ତି । ଯଦି ଦେଖିବା ବାରମ୍ବାର ସତର୍କ ସାଇରନ୍ ବାଜିବା ପରେ ଖୋଲିଥିଲା ଗେଟ୍ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗେଟ୍ ଖୋଲିବା ପୂର୍ବରୁ ହୋଇଥିଲା ପୂଜାର୍ଚ୍ଚନା । ସ୍ଵତନ୍ତ୍ର ପୂଜାର୍ଚ୍ଚନ ପରେ ଖୋଲିଥିଲା ଗେଟ୍ ।
ତେବେ ୨ ଦିନ ପୂର୍ବରୁ ମାଇକ ଯୋଗେ ବୁର୍ଲା ହୀରାକୁଦ ସମ୍ବଲପୁର ମହାନଦୀ ଅବବାହିକା ଅଞ୍ଚଳରେ ସତର୍କ ସୂଚନା ଦିଆଯାଇଥିଲା । କୁହାଯାଇଥିଲା କି ଏହି ସମୟ ମଧ୍ୟ ଖୋଲିବ ହୀରାକୁଦ ଗେଟ୍ । ତେଣୁ କେହି ନଦୀ ପାଖକୁ ଯିବେ ନାହିଁ କି ଗୃହପାଳି ପଷୁ ଅବବାହିକାକୁ ଛାଡ଼ିବେ ନାହିଁ ।
ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଖୋଲାଯିବ । ପର୍ଯ୍ୟାୟକ୍ରମେ ଆହୁରି ଗେଟ୍ ସଂଖ୍ୟା ବଢ଼ିପାରେ । ଏବେ ଉପର ମୁଣ୍ଡ ବର୍ଷା ନଥିବାରୁ ହୀରାକୁଦରେ ଜଳ ପ୍ରବେଶ ମାତ୍ରା କମୁଛି । ଏହା ମଧ୍ୟ ସୂଚନା ମିଳିଛି କି ଯେତିକି ପରିମାଣରେ ପାଣି ଚଡ଼ା ଯାଉଛି ସେଥିରେ ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ।
📱 Get Argus News App
✨Related Topics
Explore more stories
