Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିଲା ହୀରାକୁଦ ଡ୍ୟାମର ୪ ଗେଟ୍

Rashmita Mishra
Browse all articles by Rashmita Mishra
·10 months ago·1 min read
ଖୋଲିଲା ହୀରାକୁଦ ଡ୍ୟାମର ୪ ଗେଟ୍

Key Points

ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି। ତେବେ ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ। ମହାନଦୀ ଭିତରକୁ ନ ଯିବାପାଇଁ ସତର୍କ ସୂଚନା ଜାରି

ଖୋଲିଲା ହୀରାକୁଦ ଗେଟ୍। ହୀରାକୁଦରେ ୪ ଗେଟ୍ ଦେଇ ଜଳ ନିଷ୍କାସିତ। ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ୨୦ ଦିନ ବ୍ୟବଧାନ ପରେ ଆଜି ପୁଣି ଗେଟ୍ ଖୋଲିଛି ହୀରାକୁଦ। ବାମ ପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର ଗୋଟିଏ ଗେଟ୍ ଖୋଲାଯାଇଛି।


ଗେଟ୍ ଖୋଲିବାକୁ ନିଷ୍ପତ୍ତି, ତେବେ ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ମହାନଦୀ ଭିତରକୁ ନ ଯିବାପାଇଁ ସତର୍କ ସୂଚନା ଜାରି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଫୁଲୁଥିବା ସୂଚନା। ସକାଳ ୬ ଟା ସୁଦ୍ଧା ୬୨୦.୧୦ ଫୁଟ ଜଳସ୍ତର ରହିଛି । ସେକେଣ୍ତ ପ୍ରତି ୨ ଲକ୍ଷ ୪ ହଜାର ୮୩୧ କ୍ୟୁଂସେକ ଜଳ ପ୍ରବେଶ କରୁଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଵେ ଜଳସ୍ତର ହ୍ରାସ ଓ ଜଳ ପ୍ରବେଶ କମିଥିବାରୁ ଅଗଷ୍ଟ ୩ରେ ସମସ୍ତ ଗେଟ ବନ୍ଦ ହୋଇଥିଲା । ୨୦ ଦିନ ବ୍ୟବଧାନ ପରେ ଆଜି ପୁଣି ଗେଟ ଖୋଲୁଛି ।


ଅଧିକ ପଢନ୍ତୁ ଓଡ଼ିଶା ଖବର... 

Sponsored
Hirakud Dam Opens 4 Gates to Release Floodwater | Argus News | Argus News