Car Stunt Video Viral / ହୀରାକୁଦ ଡାଇକରେ କାର ଉପରେ ଷ୍ଟଣ୍ଟ କରିବା ମହଙ୍ଗା ପଡିଲା : ୭ ଗିରଫ
·7 months ago·2 min read

Key Points
ମହଙ୍ଗା ପଡ଼ିଲା କାରରେ ମସ୍ତି। ରାଜରାସ୍ତା ଉପରେ ବିପଜ୍ଜନକ ଭାବେ ଗାଡ଼ି ଚାଳନା କରୁଥିଲେ ଯୁବକ। ପୋଲିସ ଦୁଇଟି କାରକୁ ଜବତ କରିଛି। ଗାଡ଼ି ଡାଇକରେ ବସି ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଛି।
ମହଙ୍ଗା ପଡ଼ିଲା କାରରେ ମସ୍ତି। ରାଜରାସ୍ତା ଉପରେ ବିପଜ୍ଜନକ ଭାବେ ଗାଡ଼ି ଚାଳନା କରୁଥିଲେ ଯୁବକ। ପୋଲିସ ଦୁଇଟି କାରକୁ ଜବତ କରିଛି। ଗାଡ଼ି ଡାଇକରେ ବସି ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଛି। ମହଙ୍ଗା ପଡ଼ିଛି ମଛି ରାସ୍ତାରେ ମଉଜ ମସ୍ତି। ଗାଡ଼ି ଚାଳନାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସର ଆକ୍ସନ ମୋଡ୍ ଅନ। ରାସ୍ତା ଉପରେ ପଛକୁ ପଛ ଫିଲ୍ମ ଷ୍ଟାଇଲରେ ଗାଡ଼ି ଚାଳନା କରୁଥିଲେ। ଫିଲ୍ମ ଷ୍ଟାଇଲରେ କେହି ଚଳନ୍ତା କାରର ଛାତ ଉପରେ ବସି ସିଗାରେଟ ଟାଣି ତ ଆଉ କେହି ଗାଡ଼ି ଛାତ ଉପରେ ବିଭିନ୍ନ ଅଙ୍ଗଭଙ୍ଗୀ କରୁଥିବା ଦେଖାଯାଇଥିଲା। ଗୀତ ଚଲାଇ ନାଚୁଥିବାର ମଧ୍ୟ ଦେଖାଯାଇଥିଲା। ଚଳନ୍ତା କାରର ରୁଫ ଟଫ୍ ଉପରେ ବିପଦପୂର୍ଣ୍ଣ ଭାବେ ବିଭିନ୍ନ ପ୍ରକାର ରିଲ୍ସ କରୁଥିଲେ। ଗାଡ଼ି ଗୁଡ଼ିକ ମଧ୍ୟ ବେଶ ମହଙ୍ଗା। ରାସ୍ତାରେ ଯାଉଥିବା ଲୋକ ବେଶ ହଇରାଣ ହେଉଥିଲେ। ଏଥିରେ କାହା ଜୀବନ ମଧ୍ୟ ଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। କାରଣ ଗାଡ଼ି ଗୁଡ଼ିକ ସାପ ଭଳି ବେପରୁଆ ଭାବେ ଚାଳନା କରୁଥିଲେ।
ଏହାସହ ପଢ଼ନ୍ତୁ: ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ଆଉ ଜଣେ ଗିରଫ
ଷ୍ଟଣ୍ଟ କରି ବନ୍ଧା ହେଲେ ୭ ଯୁବକ । ହୀରାକୁଦ ଡାଇକରେ କାର ଉପରେ ଷ୍ଟଣ୍ଟ କରିବା ମହଙ୍ଗା ପଡିଲା । ବୁର୍ଲା ପୋଲିସ ମାମଲା ରୁଜୁ କରି ୭ ଜଣକଙ୍କୁ ଗିରଫ କରିବା ସହ ୨ ଟି ଗାଡି ଜବତ କରିଛି । ହୀରାକୁଦ ଡ୍ୟାମ ଝାଙ୍କରାଣୀ ମନ୍ଦିରରୁ ଜିରୋପଏଣ୍ଟ ରାସ୍ତାରେ ଏକ ବୋଲେରୋ ଗାଡି ହୁଡ ଉପରେ ବସି ଷ୍ଟଷ୍ଟ କରିବା ସହ ସିଗାରେଟ ଟାଣୁ ଥିଲେ। ନଦୀ କୂଳରେ ଗାଡ଼ି ଗୁଡ଼ିକ ଏମିତି ଯାଉଥିଲା ସେ ପୁଣି ବିପଦପୂର୍ଣ୍ଣ ଭାବେ ଯାଉଥିଲେ। ତାହା ପୁଣି ଫାଙ୍କା ରାସ୍ତା ନୁହେଁ ଏମାନଙ୍କ ଅଙ୍କା ବଙ୍କା ଗାଡ଼ି ଚାଳନାରେ ସର୍ବସାଧାରଣରେ ଯାଉଥିବା ଯାତ୍ରୀ ବହୁ ବିପଦର ସମ୍ମୁଖୀନ ହେଉଛନ୍ତି। ଗାଡ଼ି ସବୁ ଦ୍ରୂତ ଗତିରେ ମଧ୍ୟ ଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟ ଯୁବକ ମାନେ କାର ଡୋରରେ ବସି ଷ୍ଟଷ୍ଟ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଫଳରେ ବୁର୍ଲା ପୋଲିସ ଭିଡିଓ ଫୁଟେଜ ଆଧାରରେ ଗିରଫ କରିଛି। ଆହୁରି ସମ୍ପୁକ୍ତି ଥିବା ଯୁବକ ଗିରଫ ପାଇ ବୁର୍ଲା ପୋଲିସ ତଦନ୍ତ ଚଲାଇଛି। ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ଆଜିକାଲି ଭାଇରାଲ ହେବାପାଇଁ ଲୋକ କିଛି ବି କରୁଛନ୍ତି। ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ଏଭଳି ଯେଉଁମାନେ କରୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର।
Related Topics
Explore more stories