ଖୋଲିଲା ହୀରାକୁଦ ଗେଟ୍: ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ

Key Points
ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ
ଦିନ ୧୦ଟାରେ ସ୍ବତନ୍ତ୍ର ପୁଜାର୍ଚ୍ଚନା ପରେ ଖୋଲିଲା ଗେଟ
ପ୍ରଥମେ ୭ ନମ୍ବର ଗେଟ ଖୋଲିଛି, ପରେ ଖୋଲାଯିବ ଆଉ ୬ଟି ଗେଟ୍
ତଳମୁଣ୍ତ ଅଂଚଳରେ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି
ଛତିଶଗଡ଼ରେ ଡ୍ୟାମ୍ ଓ ବ୍ୟାରେଜଗୁଡ଼ିକରେ ପାଣି ଭର୍ତ୍ତି ହେବା ପରେ ଖୋଲାଯାଇଛି କଲମା ଡ୍ୟାମ୍। ଏଥିଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର। ତେଣୁ ରବିବାର ଅର୍ଥାତ ଆଜି ପୂଜାର୍ଚ୍ଚନା ପରେ ଏ ବର୍ଷ ପ୍ରଥମ ଥର ପାଇଁ ଖୋଲାଲା ହୀରାକୁଦ ବନ୍ଧର ୬ଟି ଦ୍ବାର। ତେବେ ହୀରାକୁଦେରେ ବିପଦ ସଂକେତ ଠାରୁ ଜଳ ସ୍ତର ତଳେ ଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।
ପର୍ଯ୍ୟାୟ କ୍ରମେ ଖୋଲାଯିବ ୧୨ଟି ଗେଟ୍ । ତଳମୁଣ୍ତ ଅଂଚଳରେ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରି ମହାନଦୀ ଓ ଶାଖା ନଦୀ କୂଳିଆ ଲୋକଙ୍କୁ ସତର୍କ କରାଯାଇଛି । ଡାକବାଜି ଯନ୍ତ୍ର ଦ୍ଵାରା ଡ୍ୟାମ୍ ପକ୍ଷରୁ ସଚେତନ କରାଯାଇଛି । ଗେଟ ଖୋଲିବା ସମୟରେ ନଦୀ ଭିତରକୁ ବାରଣ କରାଯାଇଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଥିବା ବେଳେ ବତ୍ତମାନ ଜଳସ୍ତର ୬୦୯. ଫୁଟ ରହିଛି ।
ସବୁ ବର୍ଷ ପରି ଏବର୍ଷ ମଧ୍ୟ ହୀରାକୁଦ ଦେଇ ଆସୁଥିବା ପାଣି ବୋହି ଚାଲିଯିବ ସମୁଦ୍ରକୁ। ଆଉ ବର୍ଷା ଦିନ ପରେ ଛତିଶଗଡ଼ ଗେଟ୍ ବନ୍ଦ କରିଦେଲେ ପୁଣି ଶୁଖିଲା ପଡ଼ିବ ମହାନଦୀ ଶଯ୍ୟା। ନଈକୂଳିଆ ଲୋକେ ଚାଷତ ଦୂରରେ କଥା ପାଇବାକୁ ବି ପାଣି ପାଇବେନି। ପ୍ରତିବର୍ଷ ଏହିପରି ମହାନଦୀର ୫୨ ପ୍ରତିଶତ ଜଳ ବୋହି ଯାଉଛି ସମୁଦ୍ରକୁ। ୨୪ ବର୍ଷ ଶାସନରେ ଥାଇ ମଧ୍ୟ ମହାନଦୀ ତଳମୁଣ୍ତରେ ଗୋଟିଏ ହେଲେ ମଧ୍ୟ ବନ୍ଧ ନିର୍ମାଣ କଲେନାହିଁ ବିଜେଡି ସରକାର। ବରଂ ମହାନଦୀକୁ ମା' କହି ଖୁବ୍ କରିଥିଲେ ରାଜନୀତି।