Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଲମା ଗେଟ୍ ଖୋଲିବା ପରେ ବଢୁଛି ହୀରାକୁଦର ଜଳସ୍ତର

Rashmita Mishra
Browse all articles by Rashmita Mishra
·1 year ago·2 min read
କଲମା ଗେଟ୍ ଖୋଲିବା ପରେ ବଢୁଛି ହୀରାକୁଦର ଜଳସ୍ତର

Key Points

କଲମା ଗେଟ୍ ଖୋଲିବା ପରେ ବଢୁଛି ହୀରାକୁଦର ଜଳସ୍ତର
ରବିବାର ୬ଟି ଗେଟ୍ ଖୋଲାଯାଇ କରାଯିବ ଜଳ ନିଷ୍କାସନ
ଏବେ ସମୁଦ୍ରକୁ ବୋହିଯିବ ହୀରାକୁଦରୁ ନିଷ୍କସିତ ମହାନଦୀର ସବୁ ପାଣି
ତଳମୁଣ୍ଡରେ ବନ୍ଧ ନଥିବାରୁ ବର୍ଷାଦିନ ପରେ ପୁଣି ଶୁଣିଲା ପଡ଼ିବ ନଦୀ
ତଳମୁଣ୍ଡରେ ୭ଟି ବ୍ୟାରେଜ ହେବ କହି ଠକିଦେଲେ ବିଜେଡି ସରକାର
ମହାନଦୀକୁ ନବୀନ ମା' କହି ସାବତ ମା' ଭଳି କରିଥିଲେ ବ୍ୟବହାର

ଛତିଶଗଡ଼ରେ ଡ୍ୟାମ୍ ଓ ବ୍ୟାରେଜଗୁଡ଼ିକରେ ପାଣି ଭର୍ତ୍ତି ହେବା ପରେ ଖୋଲାଯାଇଛି କଲମା ଡ୍ୟାମ୍। ଏଥିଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର। ତେଣୁ ରବିବାର ପୂଜାର୍ଚ୍ଚନା ପରେ ଏ ବର୍ଷ ପ୍ରଥମ ଥର ପାଇଁ ଖୋଲାଯିବ ହୀରାକୁଦ ବନ୍ଧର ୬ଟି ଦ୍ବାର। ତେବେ ହୀରାକୁଦେରେ ବିପଦ ସଂକେତ ଠାରୁ ଜଳ ସ୍ତର ତଳେ ଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।

ସବୁ ବର୍ଷ ପରି ଏବର୍ଷ ମଧ୍ୟ ହୀରାକୁଦ ଦେଇ ଆସୁଥିବା ପାଣି ବୋହି ଚାଲିଯିବ ସମୁଦ୍ରକୁ। ଆଉ ବର୍ଷା ଦିନ ପରେ ଛତିଶଗଡ଼ ଗେଟ୍ ବନ୍ଦ କରିଦେଲେ ପୁଣି ଶୁଖିଲା ପଡ଼ିବ ମହାନଦୀ ଶଯ୍ୟା। ନଈକୂଳିଆ ଲୋକେ ଚାଷତ ଦୂରରେ କଥା ପାଇବାକୁ ବି ପାଣି ପାଇବେନି। ପ୍ରତିବର୍ଷ ଏହିପରି ମହାନଦୀର ୫୨ ପ୍ରତିଶତ ଜଳ ବୋହି ଯାଉଛି ସମୁଦ୍ରକୁ। ୨୪ ବର୍ଷ ଶାସନରେ ଥାଇ ମଧ୍ୟ ମହାନଦୀ ତଳମୁଣ୍ତରେ ଗୋଟିଏ ହେଲେ ମଧ୍ୟ ବନ୍ଧ ନିର୍ମାଣ କଲେନାହିଁ ବିଜେଡି ସରକାର। ବରଂ ମହାନଦୀକୁ ମା' କହି ଖୁବ୍ କରିଥିଲେ ରାଜନୀତି।

୨୦୧୮ରେ ହୀରାକୂଦ ତଳମୁଣ୍ଡରେ ୭ଟି ବ୍ୟାରେଜ ନିର୍ମାଣ ଲାଗି ଘୋଷଣା କରିଥିଲେ ନବୀନ ସରକାର। ମହାନଦୀର ଗୋଧନେଶ୍ବର, ଦେଓଙ୍ଗା, କପାସିରା, ଖଇରମାଳ, ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଆଦି ୭ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରିବାକୁ ବିଜେଡି ସରକାରରର ଘୋଷଣା କେବେଳ ଥିଲା ଧୁଆଁବାଣ।


ରବିବାର ହୀରାକୁଦର ୬ଟି ଗେଟ୍ ଖୋଲିବାକୁ ଥିବା ବେଳ ଆଗକୁ ଜଳସ୍ତର ଅଧିକ ବଢିଲେ ପରିସ୍ଥିତି ଦେଖି ଅଧିକ ଗେଟ୍ ଖୋଲାଯିବ ବୋଲି କହିଛନ୍ତି ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ। ସେହିପରି ଲଗାଣ ବର୍ଷା ହେଲେ ଵି କୌଣସି ନଦୀର ଜଳସ୍ତର ବିପଦ ସଂକେତ ଉପରେ ନ ଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି ସେ ଆଶ୍ବସ୍ତି କରିଛନ୍ତି।


IMD ଆକଳନ ଅନୁସାରେ ଆଗାମୀ ସପ୍ତାହ ଯାଏ ବର୍ଷା ସମ୍ବାବନା ନାହିଁ। ସେପଟରେ ବ୍ରାହ୍ମଣୀ ନଦୀରେ ରେଙ୍ଗାଳିର ସ୍ଥିତି ଅନୁଧ୍ୟାନ କରାଯାଉଛି। ଦକ୍ଷିଣ ଓଡ଼ିଶାରେ ଓ ବଂଶଧରାର ଜଳସ୍ତର ମଧ୍ୟ କମ ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hirakud-water-level-rises-after-kalam-gate-opens | Argus News