Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Hirakud Water / ମୁଣ୍ଡଳୀରେ ହୀରାକୁଦ ଜଳ ପ୍ରବେଶ ପରେ ଫୁଲୁଛି ମହାନଦୀ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ମୁଣ୍ଡଳୀରେ ହୀରାକୁଦ ଜଳ ପ୍ରବେଶ ପରେ ଫୁଲୁଛି ମହାନଦୀ

Key Points

ଲଗାଣ ଲଘୁଚାପ ବର୍ଷାରେ ବେହାଲ୍ ଓଡ଼ିଶାର ଅଧିକାଂଶ ସ୍ଥାନ
ମୁଣ୍ଡଳୀରେ ହୀରାକୁଦ ଜଳ ପ୍ରବେଶ ପରେ ଫୁଲୁଛି ମହାନଦୀ
ଜଗତସିଂହପୁର କୋଟକଣା, ତିର୍ତ୍ତୋଲରେ ପଶିଲା ବନ୍ୟା ପାଣି

ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ବନ୍ୟାଜଳ ମୁଣ୍ଡଳୀରେ ପ୍ରବେଶ ପରେ ମହନଦୀରେ ବଢୁଛି ଜଳସ୍ତର । ଫଳରେ ତଳିଆ ଅଞ୍ଚଳରେ ପଶିଛି ବନ୍ୟା ପାଣି ଜଗତସିଂହପୁର ଜିଲ୍ଲାର କୋଟକଣା, ତିର୍ତ୍ତୋଲର ମୁଣ୍ଡା, ତଳିଆ ବସ୍ତି ଓ ମଣିଜଙ୍ଗା ସମ୍ପୂର୍ଣ୍ଣ ପାଣି ଘେରରେ । ଜଳବନ୍ଦୀ ଅବସ୍ଥାରେ ୭୦ ପରିବାର। ଅନେକ ଲୋକ କେନାଲ ବନ୍ଧ ଉପରେ ଆଶ୍ରୟ ନେଇଥିବାବେଳେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ସାଙ୍ଗକୁ ଚୁଡ଼ା, ଗୁଡ଼ ଦିଆଯାଉଛି । ତିର୍ତ୍ତୋଲ ବିଡ଼ିଓ, ତହସିଲଦାର, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।


ସେପଟେ ବଡମ୍ବା ଭଟ୍ଟାରିକା ବେଢା ଲହଡ଼ି ମାରୁଛି ବନ୍ୟା ଜଳ । ଅଧିକ ପାଣି ବଢିଲେ ମାଆଙ୍କୁ ଗମ୍ଭୀରା ଭିତରୁ ସ୍ଥାନାନ୍ତର କରାଯିବ । ସେହିପରି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୁଳିଆପାତର ଗାଁ ନିକଟ ପୋଲ ଉପରେ ୨ ଫୁଟର ଚାଲୁଛି ବର୍ଷା ପାଣି । ଫଳରେ କୁଳିଆପାତର, ରେଙ୍ଗଟାପଡା, ବରଛୀଆ ପଡା, ଖମନିଆପଡ଼ା, ମହୁଲପଡା ଗାଁ ଲୋକଙ୍କ ଯାତାୟାତ ଠପ ହୋଇ ଯାଇଛି । ଏବଂ ସୀମାନ୍ତ ଛତିଶଗଡ଼ ସହ ଯୋଗାଯୋଗ ବିଛିନ୍ନ ହୋଇଛି l

ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ମୟୂରଭଞ୍ଜରେ ସ୍ଥିତି ବେହାଲ୍ ହୋଇପଡିଛି । ରାସ୍ତାଘାଟ, ଗଳିକନ୍ଦିରେ ପାଣି ଜମି ରହିଛି । ସେହିପରି ମାଲକାନଗିରିରେ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ବନ୍ଦ ରହିଥିଲା । ସଜାଗ ରହିଛି ପ୍ରଶାସନ । ହେଲ୍ପଲାଇନ ନମ୍ବର ସହ ଦୁଇ ଦିନିଆ କଣ୍ଟ୍ରୋଲ ରୁମ ପ୍ରସ୍ତୁତ ରହିଛି । ରାଜ୍ୟରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ମୁଣ୍ଡଳୀରେ ୫ ଲକ୍ଷ ୯୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମହାନଦୀ ଶାଖା ନଦୀ ଲୁଣା, ପାଇକା, ଚିତ୍ରୋତ୍ପଳା, ଦୟା, ଭାର୍ଗବୀ, କୁଆଖାଇ, କାଠଯୋଡିରେ ବଢିବ ଜଳସ୍ତର । ହେଲେ ଓଡ଼ିଶାର କୌଣସି ସ୍ଥାନରେ ନାହିଁ ବନ୍ୟା ସ୍ଥିତି ।

ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ଥିବାବେଳେ ୩୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ୧ ଅକ୍ଟୋବର ପାଖାପାଖି ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପ୍ରଭାବରେ ୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବିଜୁଳି ଘଡଘଡ଼ି ସହ ବର୍ଷା ହଳଦିଆ ଚେତନାନି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Hirakud Water | Hirakud Water Release Swells Mahanadi at Mundali | Argus News | Argus News