Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ୟାନ୍ସର ରୋଗୀଙ୍କୁ ଚୁଟି ଦାନ କଲେ ହିରନ୍ମୟୀ

Odisha

କ୍ୟାନ୍ସର ରୋଗୀଙ୍କୁ ଚୁଟି ଦାନ କଲେ ହିରନ୍ମୟୀ

Manini Pattanayak
Browse all articles by Manini Pattanayak
·2 years ago·2 min read
କ୍ୟାନ୍ସର ରୋଗୀଙ୍କୁ ଚୁଟି ଦାନ କଲେ  ହିରନ୍ମୟୀ

ବାଲେଶ୍ୱର: ବୟଶ ମାତ୍ର ୧୦ ବର୍ଷ।  କିନ୍ତୁ ଚିନ୍ତାଧାରା ଉଚ୍ଚକୋଟିର।  ଯେଉଁ ବୟସରେ  ଅଝଟ  ଯିଦି କରିବା କଥା ସେ ବୟସରେ  ହିରନ୍ମୟୀ ପଣ୍ଡା ସମାଜସେବା କରିବା ପାଇଁ ଅଗ୍ରସର। ନିଜର ଚୁଟି ଦାନ କରିଛନ୍ତି କ୍ୟାନ୍ସର ରୋଗିଙ୍କୁ।  ଦୀର୍ଘ ଦୁଇ ବର୍ଷ   ହେବ  ହିରନ୍ମୟୀ ଚୁଟି ବଢାଇଥିଲେ  କେବଳ କ୍ୟାନ୍ସର ରୋଗିଙ୍କ ପାଇଁ।  ଯାହାକୁ  ସେ ଶୋଭା ଟ୍ରଷ୍ଟର ସୋର ଶାଖା ମାଧ୍ୟମ ରେ କ୍ୟାନ୍ସର ରୋଗୀଙ୍କ ପାଇଁ ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି l   ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି କୁନି ଝିଅର ଏହି ମହାନ କାର୍ଯ୍ୟ ପାଇଁ  ପରିବାର ସହ ଅଞ୍ଚଳବାସୀ ଗର୍ବିତ ଟିଭି ଦେଖିବା ସମୟ ରେ କ୍ୟାନ୍ସର ରୋଗୀ ମାନଙ୍କୁ କେଶ ଦାନ କରୁଥିବା  କଥା ଦେଖିଥିଲେ ହୀରନମଇ l

ସେହି ସମୟରେ ନିଜେ କେଶ ବଢ଼ାଇ ଦାନ କରିବାକୁ ଇଛା ପ୍ରକାଶ କରି ନିଜ ମାମୁଙ୍କୁ କହିଥିଲେ l ଦୀର୍ଘ ଦୁଇ ବର୍ଷ ହେବ କେଶ ବଢ଼ାଇ ସୋର ସ୍ଥିତ ଶୋଭା ଟ୍ରଷ୍ଟ ଜରିଆରେ କେଶ କାଟି ଦାନ କରିଛନ୍ତି ଏହି କୁନି ସମାଜ ସେବି ଜଣକ l କ୍ୟାନ୍ସର ରୋଗୀ ମାନଙ୍କୁ ବିଶେଷ ଭାବରେ କେମୋ ଦିଆଯାଇଥାଏ।  ଏହା ଦ୍ଵାରା ମୁଣ୍ଡ ର ସମସ୍ତ କେଶ ଝଡି ଯାଇଥାଏ l   ଯେଉଥିପାଇଁ କେଶ  ନଥିବା  ମହିଳା ମାନେ ଲଜ୍ୟା ଅନୁଭବ କରିଥାନ୍ତି l ମାନସିକ ଭାବରେ ମଧ୍ୟ ଦୁର୍ବଳ ହୋଇ ପଡ଼ିଥାନ୍ତି।  ଏହି କେଶ ଦାନ କରିବା ଦ୍ଵାରା ଏହି ରୋଗୀଙ୍କ ପାଇଁ କୃତିମ କେଶ ତିଆରି କରାଯାଇ ପ୍ରଦାନ କରାଯାଇ ଥାଏ l ବିଭିନ୍ନ ସମୟ ରେ ବିଭିନ୍ନ ବ୍ୟକ୍ତି ଏହି କେଶ ଦାନ କରୁଥିବା ବେଳେ ଏହି ଦଶ ବର୍ଷ ର କୁନି ଝିଅ ର ସମାଜ ସେବା ପ୍ରତି ଆଗ୍ରହ ଦେଖାଇ କେଶ ଦାନ କରିଛନ୍ତି l ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି l ଏତେ କମ ବୟସ ରୁ ସମାଜ ସେବା ପ୍ରତି ଆଗ୍ରହ ଦେଖାଇ ଥିବା କୁନି ଝିଅ ର ଏପରି କାର୍ଯ୍ୟ କୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଉଛି l

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hiranmai donated chuti to cancer patients | Argus News