ଶିକ୍ଷକଙ୍କୁ ତୁରନ୍ତ ଦିଅ ନିଯୁକ୍ତି

ଅର୍ଗସ ବ୍ୟୁରୋ: ତୁରନ୍ତ ପୂରଣ ହେବ ଶିକ୍ଷକଙ୍କ ଲାଗି ଖାଲିଥିବା ପଦବୀ। ଦୂର ହେବ ଶିକ୍ଷକ ଆଶାୟୀଙ୍କ ଚିନ୍ତା। ଅଭାବ ରହିବେନି ଶିକ୍ଷକ। ନିଯୁକ୍ତିର ଭଣ୍ଡାର ଖୋଲିବେ ମୋହନ ସରକାର। ପ୍ରଥମେ ସେପ୍ଟେମ୍ବରରେ ୧୮ ହଜାର କନିଷ୍ଠ ଶିକ୍ଷକ ହେବେ ନିଯୁକ୍ତି। ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଥିବାବେଳେଏହି ନିଯୁକ୍ତି ପ୍ରକିୟାକୁ ତୁରନ୍ତ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଫଳରେ ଆକ୍ସନମୁଡରେ ରହିଛି ଗଣଶିକ୍ଷା ବିଭାଗ। ଏହି ନିଯୁକ୍ତି ପ୍ରକିୟା ସରିବା ମାତ୍ରେ ନଭେମ୍ବରରୁ -ଜାନୁଆରୀ ମଧ୍ୟରେ ଆସିବ ଶିକ୍ଷକଙ୍କ ଲାଗି ବଡ଼ ନିଯୁକ୍ତି।
ଗ୍ରାମଞ୍ଚଳ-ଉପାନ୍ତ ସ୍କୁଲରେ ଆଗେ ମିଳିବ ଶିକ୍ଷକଙ୍କୁ ନିଯୁକ୍ତି,ଜଣେ ଶିକ୍ଷକ ଥିବା ସ୍କୁଲକୁ ଦିଆଯିବ ପ୍ରାଥମିକତା। ଏଥିଲାଗି ଆକ୍ସନମୋଡରେ ରହିଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ। ଅଗଷ୍ଟ ୫ରେ ଜିଲ୍ଲା ପ୍ରଶାସନ ୱେବସାଇଟ୍ ଏବଂ ଓସେପା ୱେବସାଇଟ୍ ରେ ପ୍ରକାଶ ପାଇସାରିଛି ଚୂଡାନ୍ତ ମେରିଟ୍ ଲିଷ୍ଟ। ସେହିପରି ଅଗଷ୍ଟ୬ ତାରିଖରେ ସମସ୍ତ ଜିଲ୍ଲାରୁ ଓକାକ୍ କୁ ଚୂଡାନ୍ତ ତାଲିକା ପଠାଇଛନ୍ତି। ଜିଲ୍ଲା ସ୍ତରରେ ୧୨ରୁ ୧୬ ଯାଏ ନିଯୁକ୍ତି ପାଇଁ କରାଯିବ କାଉନସେଲିଂ, ଜିଲ୍ଲା ପ୍ରଶାସନ ପକ୍ଷରୁ ଓକାକ୍ କୁ ପଠାଯିବ ସ୍କୁଲ୍ ଆବଣ୍ଟନ ତାଲିକା ।
ସେପ୍ଟେମ୍ବରରେ ୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରକିୟା।ପୂର୍ବସରକାରରେ ଅସଜଡା ଥିବା ଶିକ୍ଷାର ଭିତ୍ତିଭୂମିକୁ ସଜାଡୁଛନ୍ତି ମୋହନ ସରକାର। କେବଳ ସେତିକି ନୁହେଁ ଖୁବଶ୍ରୀଘ୍ର ଆଶ୍ରମ ସ୍କୁଲ,ହାଇସ୍କୁଲ ନିଯୁକ୍ତି ଲାଗି ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ସରକାର। ପିଲାଏ ପଢିବେ ପାଠ,ଆଗକୁ ବଢିବ ରାଜ୍ୟ ଓ ଦେଶ
