'ଦୁଃଖଦାୟକ; ନବୀନ ବାବୁଙ୍କ ହାତର ଗତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି ପାଣ୍ଡିଆନ'

ଅର୍ଗସ ବ୍ୟୁରୋ: ନବୀନଙ୍କ ଅସୁସ୍ଥତା ଘୋଡ଼ାଉଛନ୍ତି ପାଣ୍ଡିଆନ । ଏକ ଭାଇରାଲ ଭିଡିଓ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ରାଜ୍ୟ ବିଜେପିର ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥତାକୁ ନେଇ ବାର୍ ବାର୍ ପ୍ରଶ୍ନ ଉଠାଇଛନ୍ତି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଟୁଇଟ କରି ପ୍ରଶ୍ନ ଉଠାଇଛନ୍ତି ।
ଟ୍ୱିଟ୍ କରି ହିମନ୍ତ ବିଶ୍ୱଶର୍ମା ଉଦବେଗ ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଭିଡିଓ । ଏଥିରେ ଭି.କେ ପାଣ୍ଡିଆନ୍ , ନବୀନ ବାବୁଙ୍କ ହାତର ଗତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି । ତାମିଲନାଡୁର ଜଣେ ଅବସରପ୍ରାପ୍ତ ପୂର୍ବତନ ଅମଲାତନ୍ତ୍ରୀ ବର୍ତ୍ତମାନ ଓଡିଶାର ଭବିଷ୍ୟତ ଉପରେ କିପରି ନିୟନ୍ତ୍ରଣ କରୁଛନ୍ତି, ତାହା କଳ୍ପନା କରି ମୁଁ ହତଚକିତ ହୋଇ ଯାଉଛି । ବିଜେପି ରାଜ୍ୟବାସୀଙ୍କ ହାତରେ ପୁଣି ଥରେ ଓଡ଼ିଶାର ଶାସନ ଭାର ଧରାଇ ଦେବାକୁ ବଦ୍ଧ ପରିକର ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା ।
ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଭିଡିଓ | ଏଥିରେ ଶ୍ରୀ ଭି.କେ ପାଣ୍ଡିଆନ୍ ଜୀ ଶ୍ରୀ ନବୀନ ବାବୁଙ୍କ ହାତର ଗତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ତାମିଲନାଡୁର ଜଣେ ଅବସରପ୍ରାପ୍ତ ପୂର୍ବତନ ଅମଲାତନ୍ତ୍ରୀ ବର୍ତ୍ତମାନ ଓଡିଶାର ଭବିଷ୍ୟତ ଉପରେ କିପରି ନିୟନ୍ତ୍ରଣ କରୁଛନ୍ତି, ତାହା କଳ୍ପନା କରି ମୁଁ ହତଚକିତ ହୋଇ ଯାଉଛି!
— Himanta Biswa Sarma (Modi Ka Parivar) (@himantabiswa) May 28, 2024
ବିଜେପି ରାଜ୍ୟବାସୀଙ୍କ… pic.twitter.com/PjsbOmAMBw
📱 Get Argus News App
✨ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରୁଥିବା ସମୟରେ ତାଙ୍କ ହାତର ଅବସ୍ଥା ଦେଖିଲେ ଯେ କେହି ବି କହିବ ସେ କେତେ ଅସୁସ୍ଥ ଅଛି । ମୁଖ୍ୟମନ୍ତ୍ରୀଙ୍କ ହାତ ଉପରେ କ୍ୟାମେରା ପଡିବା କ୍ଷଣି ପାଣ୍ଡିଆନ ଲୁଚାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି ।
ନବୀନଙ୍କ ଦେହ ଅସୁସ୍ଥ ସତ୍ତ୍ୱେ କେମିତି ତାଙ୍କୁ ବାରମ୍ବାର ନିର୍ବାଚନୀ ସଭାରେ ସାମିଲ କରାଯାଉଛି । ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ସାଧାରଣ ଜନତା । ଏମିତି ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କୁ ଆରାମ କରିବା କଥା ବୋଲି ୟୁଜର୍ସ କମେଣ୍ଟ ଦେଇଛନ୍ତି ।