Videos
|
Odisha

ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି

Smruti Parija
Browse all articles by Smruti Parija
·1 year ago
ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି

Key Points

ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି

ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଶିକ୍ଷାନୁଷ୍ଠାନରେ ଓବିସିଙ୍କୁ ସଂରକ୍ଷଣ ନେଇ କ୍ୟାବିନେଟ୍ ମୋହର । ଶିକ୍ଷାନୁଷ୍ଠାନରେ ନାମଲେଖାରେ ଓବିସିଙ୍କୁ ମିଳିବ ୧୧.୨୫ ପ୍ରତିଶତ ସଂରକ୍ଷଣ । ସରକାରୀ ଓ ଉଚ୍ଚ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଏହା ଲାଗୁ ହେବ । ପୂର୍ବ ସରକାର ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଥିଲେ । ଏହି ନିଷ୍ପତ୍ତି ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବ ।


ଏହାଦ୍ବାରା ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ରେସିଓ ବୃଦ୍ଧି ପାଇବ । ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା କ୍ଷେତ୍ରରେ ଏହି ସଂରକ୍ଷଣ ଲାଗୁ ହେବ । ଚଳିତ ଶିକ୍ଷାବର୍ଷରୁ ସରକାରୀ ଅନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । SC/ST ବର୍ଗଙ୍କ ପାଇଁ ଯାହା ସଂରକ୍ଷଣ ଥିଲା ବଳବତ୍ତର ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
historic-decision-of-the-state-government-for-the-backward-classes-obcs-will-get-1125-percent-reservation | Argus News