Videos
|
Odisha

ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ

Smruti Parija
Browse all articles by Smruti Parija
·1 year ago·2 min read
ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ

Key Points

  • ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ
  • ଆଭ୍ୟନ୍ତରୀଣ ସୁରକ୍ଷା ନେଇ ଏଇଠି ପ୍ରସ୍ତୁତ ହେବ ଚୂଡ଼ାନ୍ତ ରୂପରେଖ
  • ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରସ୍ତୁତ ହେବ ରଣନୀତି
  • ନକ୍ସଲବାଦ, ଆତଙ୍କବାଦର ମୂଳୋତ୍ପାଟନ ପାଇଁ  ନିଆଯିବ ନିର୍ଣ୍ଣାୟକ ନିଷ୍ପତ୍ତି
  • ଉପକୂଳ ସୁରକ୍ଷା ସହ ସାଇବର ଅପରାଧ ରୋକିବା ଉପରେ ରହିବ ଫୋକସ
  • ମୋଦି ବଢାଇବେ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ମୁଖିଆଙ୍କ ଜୋଶ୍ 

ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ଦେଶ ସୁରକ୍ଷା ସମ୍ପର୍କିତ ସର୍ବୋଚ୍ଚ ବୈଠକ। ଯେଉଁଥିପାଇଁ ଭୁବନେଶ୍ବରରେ ଡେରାପକାଇଛନ୍ତି ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କ ସମେତ ଅର୍ଦ୍ଧସାମରିକ ବାହିନୀର ଶୀର୍ଷ ଅଧିକାରୀ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏହି ବୈଠକରେ ଯୋଗଦେଇଛନ୍ତି।  

ଲୋକସେବା ଭବନର କନଭେନସନ ହଲରେ ୩ ଦିନ ଧରି ଚାଲିବ ଏହି ସମ୍ମିଳନୀ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖାସ ଏହି ବୈଠକ ପାଇଁ ପ୍ରଥମ ଥର ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ୩ଦିନ ରହିବେ ଓଡ଼ିଶାରେ। ଶୁକ୍ରବାର ଅପରାହ୍ନ ଗୋଟାଏ ୩୦ ରେ ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ଲୋକସେଭା ଭବନ ଯାଇ ଡିଡିପି ସମ୍ମିଳନୀର ଉଦଘାଟନ କରିଥିଲେ। ଶନିବାର ଏହି ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ଦିନ ତମାମ ଦେଶର ଆଭଣ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗରେ ପ୍ରସ୍ତୁତ ହେବ ରଣନୀତି। 

ଏହି ଉଚ୍ଚସ୍ତରୀୟ ବୈଠକର ଏଜେଣ୍ଡାରେ ନକ୍ସଲବାଦ ଓ ଆତଙ୍କବାଦର ମୂଳୋତ୍ପଟନ ଏକ ପ୍ରମୁଖ ବିଷୟ ରହିବ। ପୂର୍ବରୁ ୨୦୨୬ ସୁଦ୍ଧା ଦେଶରୁ ମାଓବାଦ ସମାପ୍ତ କରିବାକୁ ଘୋଷଣା କରିସାରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତେଣୁ ଏହି ବୈଠକରେ ତାର ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହେବ। ସେହିପରି ଆତଙ୍କବାଦର ମୁକାବିଲା ନେଇ ଏହି ସମ୍ମିଳନୀରେ ବନାଯିବ ଷ୍ଟ୍ରାଟେଜି।

ଏହା ବ୍ୟତୀତ ସାଇବର ଅପରାଧର ମୁକାବିଲା ଏହି ଡିଜିପି ବୈଠକର ଏକ ବଡ଼ ଏଜେଣ୍ଡା ରହିଛି। ପୂର୍ବରୁ ମନକୀ ବାତରେ ସାଇବର ଅପରାଧର ଗମ୍ଭୀରତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ତେଣୁ ଏହି ବୈଠକରେ ସାଇବର ଅପରାଧ ରୋକିବା ଦିଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଉପରେ ମୋହର ଲାଗିପାରେ। ତା ସହିତ ଉପକୂଳ ସୁରକ୍ଷା ବି ସମ୍ମିଳନୀର ଏକ ପ୍ରମୁଖ ବିଷୟ ରହିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁଭଳି ଭାବେ ସାରା ବିଶ୍ବରେ ଭାରତର ପ୍ରଧାନ୍ୟ ବଢିଚାଲିଛି। ଭାରତ ଗ୍ଲୋବାଲ ପାୱାର ବନିବା ଦିଗରେ ଆଗକୁ ବଢୁଛି। ଏ ଦୃଷ୍ଟିରୁ ପାକିସ୍ତାନ, ଚୀନ ଓ ବାଂଲାଦେଶ ପରି ପୋଡ଼ୋଶୀ ରାଷ୍ଟ୍ର ଭାରତର ସାମୀରେ ଅସ୍ଥିରତା ସୃଷ୍ଟି ପାଇଁ ଲଗାତାର ପ୍ରୟାସ ଜିର ରଖିଛନ୍ତି। ତେଣୁ ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷ ବି ଏହି ବୈଠକ ଅନ୍ୟତମ ପ୍ରମୁଖ ଏଜେଣ୍ଡା। ସେଥିପାଇଁ ବିଏସଏଫ, ଆଇଟିବିପି ପରି ସମୀ ସୁରକ୍ଷା ବଳ ଓ ଅନ୍ୟ ଅର୍ଦ୍ଧସାମରିକ ବଳର ଶୀର୍ଷ ଅଧିକାରୀ ମଧ୍ୟ ଏହି ବୈଠକରେ ଯୋଗଦେଇଛନ୍ତି। ଦେଶର ଆର୍ଥିକ ପ୍ରଗତି ପାଇଁ ସୁରକ୍ଷା ଓ ସ୍ଥିରତା ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ଏହି ସମ୍ମିଳନୀ ଦେଶର ଭବିଷ୍ୟତ ସୁରକ୍ଷା ଓ ସମୃଦ୍ଧି ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଡିସେମ୍ବର ୧ ଅର୍ଥାତ ରବିବାର ସନ୍ଧ୍ୟା ଯାଏ ଚାଲିବ ଏହି ବୈଠକ।