ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ୱରରେ ଐତିହାସିକ ବୈଠକ

ଅର୍ଗସ ବ୍ୟୁରୋ: ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ । ଆଜି ଡିଜିପି ସମ୍ମିଳନୀର ଦ୍ବିତୀୟ ଦିନ । ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୮ଟାରେ ରାଜଭବନରୁ ବାହାରି ଲୋକସେବା ଭବନ କନଭେନସନ୍ ସେଣ୍ଟର ଯିବେ ମୋଦି । ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରସ୍ତୁତ ହେବ ରଣନୀତି । ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ଦେଶ ସୁରକ୍ଷା ସମ୍ପର୍କିତ ସର୍ବୋଚ୍ଚ ବୈଠକ।
ଲୋକସେବା ଭବନର କନଭେନସନ ହଲରେ ୩ ଦିନ ଧରି ଚାଲିବ ଏହି ସମ୍ମିଳନୀ । ଏହି ଉଚ୍ଚସ୍ତରୀୟ ବୈଠକର ଏଜେଣ୍ଡାରେ ନକ୍ସଲବାଦ ଓ ଆତଙ୍କବାଦର ମୂଳୋତ୍ପଟନ ଏକ ପ୍ରମୁଖ ବିଷୟ ରହିବ। ପୂର୍ବରୁ ୨୦୨୬ ସୁଦ୍ଧା ଦେଶରୁ ମାଓବାଦ ସମାପ୍ତ କରିବାକୁ ଘୋଷଣା କରିସାରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତେଣୁ ଏହି ବୈଠକରେ ତାର ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହେବ। ସେହିପରି ଆତଙ୍କବାଦର ମୁକାବିଲା ନେଇ ଏହି ସମ୍ମିଳନୀରେ ବନାଯିବ ଷ୍ଟ୍ରାଟେଜି। ଏହା ସହ ସାଇବର ଅପରାଧର ମୁକାବିଲା ଏହି ଡିଜିପି ବୈଠକର ଏକ ବଡ଼ ଏଜେଣ୍ଡା ରହିଛି। ସେପଟେ ସବୁଠି କଡା କଡ଼ି ସୁରକ୍ଷା । ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରିଛନ୍ତି ଏସପିଜି ଟିମ୍ ଓ ପୋଲିସ୍ ।