ପରିଚୟ ଅଦଳବଦଳରୁ ଉଜୁଡିଗଲା ପରିବାର

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ବିସ୍ପୋରଣ ଘଟଣାରେ ସାମ୍ନାକୁ ଆସିଛି ବଡ଼ ଧରଣର ତ୍ରୁଟି। ପରିଚୟ ଭୁଲରୁ ଉଜୁଡିଯାଇଛି ସୁନାର ସଂସାର । ସ୍ବାମୀ ବଞ୍ଚିଥାଉ ଥାଉ ଭୁଲରେ ମୃତ ଖବର ଶୁଣି ଆତ୍ମହତ୍ୟା କରିଦେଇଛନ୍ତି ସ୍ତ୍ରୀ । ସେପଟେ ପୁଅ ଭାବି ଅନ୍ୟର ଶବକୁ ଅନ୍ତିମ ସଂସ୍କାର କରିଦେଇଛନ୍ତି ପରିବାର ଲୋକେ ।
ଦୁଇ ପରିବାର ମଧ୍ୟରେ ବିବାଦ ଦେଖାଦେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଉଛି । ସେପଟେ ଏନେଇ ହସ୍ପିଟାଲ ତରଫରୁ ପ୍ରେସମିଟ୍ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ଭେଣ୍ଟିଲେଟରରୁ ବାହାରିବା ପରେ ଦିଲୀପ ଡାକ୍ତରକୁ କହିଥିଲେ ମୁଁ ଦିଲ୍ଲୀପ ସାମନ୍ତରାୟ । ଏହାପରେ ମାନସିକ ବିଶେଷଜ୍ଞଙ୍କୁ ମଧ୍ୟ ଡାକି ଯାଞ୍ଚ କରାଯାଇଥିଲା। ସେ କେବେ ବାହା ହୋଇଛନ୍ତି । ତାଙ୍କର କେତେ ଭାଇ ଭଉଣୀ ସବୁକିଛି କହିଛନ୍ତି । ତାଙ୍କ କଥାବାର୍ତ୍ତାରୁ ଜଣାପଡିଛି ଯେ ସେ ହିଁ ଦିଲ୍ଲୀପ ସାମନ୍ତରାୟ। 90 ରୁ 95 ପ୍ରତିଶତ ସେ ହିଁ ଦିଲ୍ଲୀପ ସାମନ୍ତରାୟ । କିନ୍ତୁ ଯେହେତୁ ବିବାଦ ଲାଗିଛି ଡିଏନଏ ଟେଷ୍ଟ କରାଯିବ ।
ବିସ୍ଫୋରଣରେ ଉଭୟଙ୍କ ଚୁଟି ଏବଂ ଆଇ ବ୍ରୋ ପୋଡିଯାଇଛି । ମୁହଁ ଫୁଲିଯାଇଛି । ସେଥିପାଇଁ ପରିବାର ଲୋକେ ମଧ୍ୟ ଚିହ୍ନି ପାରିନାହାନ୍ତି । ଯେଉଁଥିପାଇଁ ଏଭଳି ବିବାଦ ସୃଷ୍ଟି ହୋଇଛି ।
📱 Get Argus News App
✨ସେପଟେ ଦିଲୀପଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ମୃତଦେହ ଜ୍ୟୋତି ରଞ୍ଜନ ମଲିକଙ୍କର ବୋଲି ଜଣାପଡିଛି । ଉଭୟ ପରିବାରଙ୍କ ମଧ୍ୟରେ ମେଡିକାଲରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି। ଅନ୍ୟପଟେ ଦିଲ୍ଲୀପଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିଲେ ତାଙ୍କ ପତ୍ନୀ। ତେବେ ଏଠି ପ୍ରଶ୍ନ ଏତେବଡ଼ ଅବହେଳା ପାଇଁ ଦାୟୀ କିଏ ? କାହା ଭୁଲରୁ ଉଜୁଡିଗଲା ଦୁଇ ଦୁଇଟି ପରିବାର।
ଚିକିତ୍ସାଧିନ ବ୍ୟକ୍ତିଙ୍କ ବୟାନ, ଭେଣ୍ଟିଲେଟରରୁ ବାହାରି କହିଲେ ମୁଁ ଦିଲ୍ଲୀପ ସାମନ୍ତରାୟ