Road Accident / ଯାଜପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା
·2 hours ago·2 min read

Key Points
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା
ଆହତ ମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା
ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
୦୪/୦୫: ଭୁବନେଶ୍ବର: ଯାଜପୁରଠାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ କାନ୍ଦ ପୂର୍ତ୍ତି ନମିତା ନାୟକ ଗୀତା ପୂର୍ତ୍ତି ବଲ୍ମା ମୁଣ୍ଡା ଏବଂ ମାଳତୀ ମୁଣ୍ଡାଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ଆହତ ମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଘଟିଲା ଭୟଙ୍କର ଦୁର୍ଘଟଣା, ଚାଲିଗଲା ୫ ଜଣଙ୍କ ଜୀବନ । ସକାଳୁ ସକାଳୁ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟିଛି । ହାଇୱା-ବୋଲେରୋ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।
ଜାତୀୟ ରାଜପଥ ୫୩ରେ ଏହି ଦୁର୍ଘଟଣା ହୋଇଛି । ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ବେହେରା ପେଟ୍ରୋଲ୍ ଟାଙ୍କି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ବୋଲେରୋ ଧକ୍କା ଦେଇଛି । ଦୁର୍ଘଟଣା ପରେ ରାସ୍ତାରେ ଏଣେତେଣ ପଡ଼ି ରହିଛି ମୃତଦେହ । ହାଇୱାକୁ ପଛରୁ ପିଟିଥିବା ବୋଲେରୋ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବୋଲେରୋ ଗାଡ଼ି ନମ୍ବର OD02AE0429 ବୋଲି ଜଣାପଡ଼ିଛି।
Road Accident
ପଢନ୍ତୁ ଏହି ଖବର: ହଠାତ୍ ଡ୍ରାଇଭରଙ୍କ ଛାତିରେ ଯନ୍ତ୍ରଣା; ଓଲଟିପଡ଼ିଲା ଯାତ୍ରୀବାହୀ ବସ୍
ସୂଚନା ଅନୁସାରେ, ବଡ଼ଚଣା ବ୍ଲକ ଜେମାଦେଇପୁର ଗାଁର ୧୧ ଜଣ ରବିବାର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବୋଲେରୋ ଯୋଗେ ଯାଇଥିଲେ । ବିବାହ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡୁବୁରୀ-ପାରାଦୀପ ରାସ୍ତା ଜାତୀୟ ରାଜପଥ-୫୩ର ବରଡ଼ା ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ପଛରୁ ପିଟିଥିଲା ବୋଲେରୋ । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ବଡ଼ଚଣା ଓ ଧର୍ମଶାଳା ମେଡିକାଲ୍ରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ସହ ୩ ପୁରୁଷଙ୍କ ମୃତ୍ୟୁ ହୋଇଛି । ବୋଲେରୋ ଡ୍ରାଇଭରଙ୍କ ସହ ଗାଡ଼ିରେ ଥିବା ଛୁଆମାନେ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାତିରୁ ବାହାଘରରୁ ଫେରୁଥିବାରୁ ବୋଲେରୋ ଚାଳକଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories