Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ, ୫୨ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି

Odisha

୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ, ୫୨ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି

Sushanta Sahoo
Browse all articles by Sushanta Sahoo
·1 year ago·1 min read
୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ, ୫୨ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ଵର: ଓଡ଼ିଶା ହେବ ଶିଳ୍ପ ହବ୍‌ । ୪୦ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ବୈଠକରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ । ଏଥିପାଇଁ ଖର୍ଚ୍ଚ ହେବ ୧ କୋଟି ୬୫ ଲକ୍ଷ ୩୦୩ କୋଟି ଟଙ୍କା । ୫୧ ହଜାର ୯୪୯ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ମିଳିଛି ।


ରାୟଗଡ଼ାରେ ୨ଟି, କେନ୍ଦୁଝରରେ ୨ଟି, ଗଞ୍ଜାମରେ ୨ଟି, ଭଦ୍ରକ, ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧାରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାୟଗଡ଼ାରେ ବେଦାନ୍ତ ପ୍ରତିଷ୍ଠା କରିବ ୨ଟି ପ୍ରକଳ୍ପ । ୯୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ । ଯାହାଦ୍ଵାରା ୧୫ ହଜାର ୯୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।


ସେହିପରି କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଜେଏସ୍‌ଡବ୍ଲ୍ୟୁ । ବିନିଯୋଗ ହେବ ୩୫ ହଜାର କୋଟି । ଏଥିରେ ୮୦୦୦ ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି । ସେହିପରି କେନ୍ଦୁଝର ଓ ଭଦ୍ରକରେ ମଧ୍ୟ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
HLCA Approves 10 Big Project To Be Setuped In 7 Districts | Argus News