Videos
|
Odisha

ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ସ୍ପଷ୍ଟ କଲେ ମନମୋହନ

Smruti Parija
Browse all articles by Smruti Parija
·2 years ago·1 min read
ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ସ୍ପଷ୍ଟ କଲେ ମନମୋହନ

ଅର୍ଗସ ବ୍ୟୁରୋ: ମେଣ୍ଟ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ଓଡିଶାରେ ଏକାକୀ ଲଢିବ ବିଜେପି ।  ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ମନ ମୋହନ ସାମଲଙ୍କ ପ୍ରତିକ୍ରିୟା । ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ସ୍ପଷ୍ଟ କଲେ ମନମୋହନ ।  ‘ଏକ୍ସ’ ଜରିଆରେ ସ୍ପଷ୍ଟ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।

ଏହାସହ ସେ କହିଛନ୍ତି ଯାହାର ଧର୍ଯ୍ୟ ଅଛି ତାହାର ବିଜୟ ହେବ । ଯାହାର ଧର୍ଯ୍ୟ ନାହିଁ ସେ ପରାଜୟ ହେବ । ଆକାଶ କ୍ଲିୟର ହେଲାଣି । ଅମିତ ଶାହା ନିଷ୍ପତି ନେଉଛନ୍ତି। ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସମୟ ଆସିଲେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି। 

ସେହିପରି ଆହୁରି ମଧ୍ୟ କହିଛନ୍ତି ଯେ, ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏକା ଲଢ଼ିବ । ମୋଦି ସରକାରଙ୍କ ଅନେକ ଯୋଜନା ତୃଣମୂଳସ୍ତରରେ ପହଞ୍ଚି ପାରୁନି । ଓଡ଼ିଶାର ଗରିବ ଲୋକେ କେନ୍ଦ୍ରୀୟ ଯୋଜନାର ଫାଇଦା ପାଉନାହାନ୍ତି’ । ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ ।  

ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ସହମତ ହୋଇପାରୁନୁ । ଯେଉଁଠି ଡବଲ ଇଂଜିନ ସରକାର ଅଛି, ସେଠି ବିକାଶ ତ୍ୱରାନ୍ୱିତ ହୋଇଛି କହିଛନ୍ତି ମନମୋହନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: