Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାଷଣ ଆରମ୍ଭରୁ ବର୍ଷିଲେ ଶାହ : କହିଲେ, ନବୀନ ସରକାରକୁ ଉଠାଇ ଫୋପାଡିବାକୁ ପଡ଼ିବ

Odisha

ଭାଷଣ ଆରମ୍ଭରୁ ବର୍ଷିଲେ ଶାହ : କହିଲେ, ନବୀନ ସରକାରକୁ ଉଠାଇ ଫୋପାଡିବାକୁ ପଡ଼ିବ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଭାଷଣ ଆରମ୍ଭରୁ ବର୍ଷିଲେ ଶାହ : କହିଲେ, ନବୀନ ସରକାରକୁ ଉଠାଇ ଫୋପାଡିବାକୁ ପଡ଼ିବ

Key Points

  • ଭାଷଣ ଆରମ୍ଭରୁ ବର୍ଷିଲେ ଶାହ
  • ନବୀନ ସରକାରକୁ ଉଠାଇ ଫୋପାଡିବାକୁ ଦେଲେ ଆହ୍ଵାନ
  • ସରକାରୀ ଅଫିସରର ରାଜୁତି କଥା ଉଠାଇ କଲେ ପ୍ରଶ୍ନ

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ପାଦ ଦେଉ ଦେଉ ନବୀନ ସରକାର ଉପରେ ବର୍ଷିଲେ ଶାହ । କହିଲେ, ବହୁତ ହୋଇଗଲା ଏଥର ସମୟ ଆସିଯାଇଛି । ନବୀନ ବାବୁର ସରକାରକୁ ଉଠାଇ ଫୋପାଡି ଦିଅ । ଖାଲି ଏତିକି ନୁହେଁ ବରଂ ଏ ସରକାର କେବଳ କେନ୍ଦ୍ରୀୟ ଯୋଜନାରେ ନିଜ ଫଟୋକୁ ନେଇ ଲୋକଙ୍କୁ ଭୂଆଁ ବୁଲାଉଥିବାର ଖୋଲିଦେଲେ ଗୁମର । ନିର୍ବାଚନ ପୂର୍ବରୁ ଶାହଙ୍କ ଏମିତି ବିଷୋଦଗାରକୁ ନେଇ ଏବେ ହଟ୍ଟଚମଟ ହେଲାଣି ରାଜ୍ୟ ରାଜନୀତି ।

ସୋନପୁରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ହମଲା । ରାମ ମନ୍ଦିରକୁ ନେଇ ପୂରା ଦେଶ ଯେତେବେଳେ ଉତ୍ସବ ମନାଉଥିଲା ସେତେବେଳେ ଏ ସରକାର ସେ ଉତ୍ସବକୁ ନବନାଇବାକୁ ଚକ୍ରାନ୍ତ କରିଥିଲେ । ହେଲେ ଲୋକେ ସେ ଉତ୍ସବକୁ ମନାଇଥିଲେ । ଦେଶର ବିକାଶ କେମିତି ହେବ ସେନେଇ ମୋଦି ସରକାର ସବୁବେଳେ ବ୍ୟସ୍ତ । ଆତଙ୍କବାଦ, ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟା କରୁଛି କେନ୍ଦ୍ର ସରକାର । 

ଖାଲି ଏତିକି ନୁହେଁ ବରଂ ମୋଦି ସରକାର ଗରିବଙ୍କୁ ଚାଉଳ ଦେଲେ, ନବୀନ ବାବୁ ନାଁ ନେଉଛନ୍ତି । କେନ୍ଦ୍ରର ଯୋଜନା ଥିବା ପରେ ବି ଫଟୋ ମାରି ମିଛ ଗୁଜବ କରୁଛନ୍ତି ନବୀନ । ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ...ନବୀନ ବାବୁଙ୍କୁ ଡର ଲାଗୁଛି କାଳେ ଯୋଜନା କାର୍ଯ୍ୟକାରୀ ହେଲେ ହେଲେ ମୋଦି ନାଁ ନେଇଯିବେ ।  ତେଣୁ ସମୟ ଆସିଛି...ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି ଶାହ କହିଛନ୍ତି । ଏହାସହ କପଡ଼ା, ଆଗ୍ରୋ ଇଣ୍ଡଷ୍ଟ୍ରୀ ଏଠାରେ କରିବୁ, ଲୋକ ବାହାରକୁ ଯିବେନି ଦାଦନ ଖଟିବାକୁ  ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହ । ମୋଟ୍‌ ଉପରେ ନିର୍ବାଚନ ପୂର୍ବରୁ ଶାହଙ୍କ ଗସ୍ତ ବେଶ ଚର୍ଚ୍ଚାରେ ଥିଲା । ହେଲେ ଶାହ ଆସୁ ଆସୁ ଯେମିତି ହମଲା କଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
HM Shah | Argus News