Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୮ରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌

Smruti Parija
Browse all articles by Smruti Parija
·1 year ago
୨୮ରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌

ରାଉରକେଲା: ପୁଣି ଥରେ ରାଉରକେଲାକୁ ଫେରିବ ହକି । ଆସନ୍ତା ୨୮ ତାରିଖରୁ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌ । ଏଠାରେ ମୋଟ୍‌ ୮ଟି ଫ୍ରାଞ୍ଚାଇଜି ସହବନ୍ଧିତ ଭାରତୀୟ ଓ ବିଦେଶୀ ଖେଳାଳି ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ । ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆର ଏକ ପ୍ରତିନିଧି ଦଳ ରାଉରକେଲାରେ ପହଞ୍ଚିଛନ୍ତି । 
ଗତକାଲି ପ୍ରତିନିଧି ଦଳ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚି ସୁବିଧା ସୁଯୋଗର ତଦାରଖ କରିଥିଲେ । ଆଷ୍ଟ୍ରୋଟର୍ଫ‌ ସମେତ ଦର୍ଶକ ଗ୍ୟାଲେରୀ, ଶୌଚାଳୟ, ପାର୍କିଂସ୍ଥଳୀ, ପ୍ରବେଶ ପଥ ଆଦି ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ ।  ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସମସ୍ତ ୮ଟି ଫ୍ରାଞ୍ଚାଇଜ୍‌ର ଖେଳାଳି ସ୍ଥାନୀୟ ମେ’ ଫେୟାର ବିଶ୍ବକପ ଗ୍ରାମରେ ରହିବା ନେଇ ସୂଚନା ଦେଇଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hockey India League to be held at Birsa Munda Stadium from 28th | Argus News