ଦୁର୍ବ୍ୟବହାର କରୁଥିଲେ HOD; ସହିନପାରି ନିଜକୁ ଜାଳିଦେଲେ ଛାତ୍ରୀ

Key Points
ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଛାତ୍ରୀ ଜଣଙ୍କୁ ବିଭାଗର HOD ଦୁର୍ବ୍ୟବହାର କରୁଥିବା ଅଭିଯୋଗ
ନ୍ୟାୟ ଦାବି କରୁଥିଲେ ଛାତ୍ରୀ
ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ । ଛାତ୍ରୀ ଜଣଙ୍କୁ ବିଭାଗର HOD ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ନିର୍ଯାତନା ଦେଉଥିବା ପ୍ରତିବାଦ କରି ନ୍ୟାୟ ଦାବି କରୁଥିଲେ ଛାତ୍ରୀ । ଆଜି କଲେଜରେ ଛାତ୍ରୀ ଜଣକ ଧାରଣାରେ ବସିଥିଲେ । ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରତର ଛାତ୍ରୀ ହେଲେ ଇଣ୍ଟିଗ୍ରେଟଡ୍ ବିଇଡିର ଦ୍ବିତୀୟ ବର୍ଷ ଛାତ୍ରୀ ।
ଛାତ୍ରୀ ଜଣଙ୍କୁ ଏଚଓଡି ଜଣଙ୍କ ୬ମାସ ଧରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଥରେ କି ଦି ଥର ନୁହେଁ ଛାତ୍ରୀ ଜଣକ ବାରମ୍ବାର ନିର୍ଯାତିତ ହୋଇ ଅତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡିଛି । ଯେଉଃଥିପାଇଁ ସେ ବିଦ୍ୟାଳୟର ପ୍ରନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଛନ୍ତି ।