Festival Of Colors / ରଙ୍ଗର ପର୍ବ ହୋଲିରେ ଉତ୍ସବ ମୁଖର ଗାଁଠୁ ସହର, କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର
·4 months ago·2 min read

Key Points
ଆଜି ରଙ୍ଗର ପର୍ବ ହୋଲି । ସବୁଠି ଆନନ୍ଦ ଉତ୍ସାହର ମାହୋଲ । ଉତ୍ସବ ମୁଖର ଗାଁଠୁ ସହର । ସାରା ଦେଶରେ ରଙ୍ଗର ପର୍ବକୁ ନେଇ ଉତ୍ସବର ମାହୋଲ ।
ଆଜି ରଙ୍ଗର ପର୍ବ ହୋଲି । ସବୁଠି ଆନନ୍ଦ ଉତ୍ସାହର ମାହୋଲ । ଉତ୍ସବ ମୁଖର ଗାଁଠୁ ସହର । ସାରା ଦେଶରେ ରଙ୍ଗର ପର୍ବକୁ ନେଇ ଉତ୍ସବର ମାହୋଲ । ହୋଲି ସେଲିବ୍ରେସନ ପାଇଁ ଜମିଲାଣି ଭିଡ଼ । ପିଲାଠୁ ବୁଢା, ନେତାଙ୍କଠୁ ରାଜନେତା ରଙ୍ଗ ଓ ଅଭିର ଖେଳରେ ମାତିଛନ୍ତି ସଭିଏଁ । କେମିକାଲ ରଙ୍ଗରେ ନ ଖେଳି ହର୍ବାଲ ରଙ୍ଗରେ ହୋଲି ଖେଳନ୍ତୁ । ହୋଲି ପାଇଁ ସତର୍କ କରାଇଛି ପୁଲିସ୍ କମିଶନର । କମିଶନରେଟ୍ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ମଦୁଆଙ୍କୁ ଧରିବା ପାଇଁ ୮୫ଟ ସ୍ଥାନରେ ବ୍ଲକିଂ ଓ ଚେକିଂ କରାଯାଇଛି । ନିଶାସକ୍ତ ଅବସ୍ଥାରେ ନଦୀ, ପୋଖରୀରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି ।
କଡା ସୁରକ୍ଷା ବଳୟରେ ଭୁବନେଶ୍ୱର- ମଦୁଆ ସାବଧାନ । ମଦ ପିଇ ଗାଡି ଚଳାଇଲେ ସିଜ୍ ହେବ ଗାଡି । ହୋଲି ପାଇଁ କଡା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର । ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସପି ଦାୟିତ୍ୱରେ ରହିଛନ୍ତି । ୧୭ଟି ମୋବାଇଲ ପାର୍ଟି ପଇଁତରା ମାରୁଛନ୍ତି। ୮୫ଟି ସ୍ଥାନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ଚାଲିଛି । ୧୦ ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି । ୪ ଟି ଷ୍ଟ୍ରାଇକିଙ୍ଗ ଟିମ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।
ଏହାସହ ରାସାୟନିକ ରଙ୍ଗ ବ୍ୟବହାର ନକରିବାକୁ ସୂଚନା ଦେଇଛି କମିଶନରେଟ ପୋଲିସ । ବିଶୃଙ୍ଖଳାକାରୀଙ୍କ ଉପରେ ପୋଲିସର ନଜର ରହିଛି । ହୋଲିକୁ ନେଇ ଯେଉଁ ଇଭେଣ୍ଟ ହେବ, ତା’ଉପରେ ମଧ୍ୟ ନଜର ରଖିଛନ୍ତି କମିଶନରେଟ ପୋଲିସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories