Strict Warning for Holi / ହୋଲିରେ ଅମାନିଆ ସାବଧାନ୍, ମଦ ପିଇଲେ ବନ୍ଧା ହେବେ
·4 months ago·2 min read

Key Points
ଆସନ୍ତା କାଲି ହୋଲି
ବାଟ ଘାଟରେ ଜଗିବ ପୋଲିସ
ରାସ୍ତାରେ ପଇଁତରା ମାରିବ ଷ୍ଟ୍ରାଇକିଂ ଫୋର୍ସ
ବାଟ ଘାଟରେ ଜଗିବ ପୋଲିସ
ରାସ୍ତାରେ ପଇଁତରା ମାରିବ ଷ୍ଟ୍ରାଇକିଂ ଫୋର୍ସ
ଆସନ୍ତା କାଲି ହୋଲି । ବାଟ ଘାଟରେ ଜଗିବ ପୋଲିସ | ହୋଲିରେ ଅଘଟଣ ଆଡ଼େଇବାକୁ ରାସ୍ତାରେ ପଇଁତରା ମାରିବ ଷ୍ଟ୍ରାଇକିଂ ଫୋର୍ସ | ମଦୁଆ ସାବଧାନ । ମଦ ପିଇ ଗାଡି ଚଳାଇଲେ ସିଜ ହେବ ଗାଡି । ହୋଲି ପାଇଁ କଡା ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର । ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି,୮ ଜଣ ଏସପି ଦାୟିତ୍ୱରେ ରହିବେ। ୧୭ ଟି ମୋବାଇଲ ପାର୍ଟି ପଇଁତରା ମାରିବେ। ୮୫ ଟି ସ୍ଥାନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ହେବ । ୧୦ ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ମୁତୟନ ରହିବେ। ୪ ଟି ଷ୍ଟ୍ରାଇକିଙ୍ଗ ଟିମ ସୁରକ୍ଷା ଦାୟିତ୍ୱରେ ରହିବେ। ଟୁଇନସିଟିରେ ମୁତୟନ ହେବେ 30ପ୍ଲାଟୁନ ପୋଲିସ ଫୋର୍ସ | ଏହାସହ ରାସାୟନିକ ରଙ୍ଗ ବ୍ୟବହାର ନକରିବାକୁ ସୂଚନା ଦେଇଛି କମିଶନରେଟ ପୋଲିସ । ବିଶୃଙ୍ଖଳାକାରୀଙ୍କ ଉପରେ ପୋଲିସର ନଜର ରହିଛି । ହୋଲିକୁ ନେଇ ଯେଉଁ ଇଭେଣ୍ଟ ହେବ, ତା' ଉପରେ ମଧ୍ୟ ନଜର ରଖିବ କମିଶନରେଟ ପୋଲିସ ବୋଲି କହିଛନ୍ତି ପୋଲିସ କମିଶନର ଏସ୍ .ଦେବଦତ୍ତ ସିଂ।
ନଦୀର ୧୦ଟି ସ୍ଥାନରେ ଜଗିବେ ଅଗ୍ନିଶମ ଓ ଓଡ୍ରାଫ। ହୋଲି ଦିନ ନଦୀ ଓ ଜଳାଶୟରେ ବୁଡି ଜୀବନ ଚାଲିଯିବାର ଅନେକ ନଜୀର ରହିଛି | ନିଶାସକ୍ତ ଅବସ୍ଥାରେ ଗାଧୋଇବା ଲାଗି ଜଳାଶୟ କିମ୍ୱା ନଦୀ ଭିତରକୁ ପ୍ରବେଶ ଲାଗି ପ୍ରତିବନ୍ଧକ ଜାରି କରାଯାଇଛି | ପିତାମାତାଙ୍କୁ ମଧ୍ୟ ଅନୁରୋଧ କରାଯାଉଛି କି, ସେମାନେ ନିଜ ସନ୍ତାନ ମାନଙ୍କୁ ଜଳାଶୟ କିମ୍ୱା ନଦୀ ଭିତରକୁ ନଯିବା ଲାଗି ପରାମର୍ଶ ଦେବେ। ନଦୀ ଓ ଜଳାଶୟର ୧୦ଟି ସ୍ଥାନରେ ଅଗ୍ନିଶମ ସେବା ଓ ଓଡ୍ରାଫଙ୍କୁ ମୁତୟନ କରାଯିବ। ଏହାସହ ନଦୀପଠାରେ ସଚେତନତା କରିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ସଚେତନତା ମୂଳକ ହୋଡିଂ ଲଗାଇଛି କମିସନରେଟ ପୋଲିସ କହିଛନ୍ତି ପୋଲିସ କମିଶନର ।
ରାଜଧାନୀରେ ଶାନ୍ତି ଶୃଙ୍ଖଳା ର ସହ ରଙ୍ଗର ପର୍ବ ହୋଲି ପାଳନ କରିବା ପାଇଁ ରାଜଧାନୀ ବାସୀଙ୍କୁ ଅପିଲ କରିଛନ୍ତି ପୋଲିସ କମିସନର | ଯେଉଁମାନେ ପୋଲିସ ନିୟମ ମାନିବେନି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିସନର।
ସେପଟେ ହୋଲି ପାଇଁ ପୁରୀ ପୋଲିସ୍ ଆପଣାଇବ ଜିରୋ ଟଲରାନ୍ସ । ମଦ ପିଇ ଗାଡ଼ି ଚଳାଇଲେ ସାବଧାନ। ବଡଦାଣ୍ଡ ଠାରୁ ଆରମ୍ଭ କରି ସମୁଦ୍ରକୂଳ ସବୁଠି ଚେକିଂ ହେବ ଜୋରଦାର ।ଧରାପଡିଲେ ନିସ୍ତାର ନାହିଁ ।ପ୍ରତି ଛକରେ ହେବ ନାକା ଚେକିଂ। ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ରୋକିବା ଉପରେ ରହିବ ଫୋକସ୍।ସମୁଦ୍ରରେ ମୁତୟନ ହେବେ ଅତିରିକ୍ତ ଲାଇଫ ଗାର୍ଡ ।ଆଲର୍ଟ ରହିବେ ସବୁ ଥାନା ଅଧିକାରୀ ଓ ଅଫିସର୍ସ ।ଅତିରିକ୍ତ ଫୋର୍ସ ମୁତୟନ ସହ ସବୁ ଗୁରୁତ୍ୱପୂର୍ଣ୍ଣ ଛକରେ ହେବ ଚେକିଙ୍ଗ ।କଣ୍ଟ୍ରୋଲ ରୁମ୍ କୁ ଖବର ଆସିଲେ ତୁରନ୍ତ ସ୍ପଟ୍ ରେ ପହଞ୍ଚିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ପୁରୀ ଏସପି ପ୍ରତୀକ ସିଂହ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories