|
logo
Live

Argus News - ସାଉଦିରେ ବି ଜମିଲା ହୋଲି ! ମରୁଭୂମିରେ ରଙ୍ଗ ଖେଳିଲେ, ଟେଣ୍ଟରେ ଭୋଜି କଲେ

Odisha

ସାଉଦିରେ ବି ଜମିଲା ହୋଲି ! ମରୁଭୂମିରେ ରଙ୍ଗ ଖେଳିଲେ, ଟେଣ୍ଟରେ ଭୋଜି କଲେ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସାଉଦିରେ ବି ଜମିଲା ହୋଲି ! ମରୁଭୂମିରେ ରଙ୍ଗ ଖେଳିଲେ, ଟେଣ୍ଟରେ ଭୋଜି କଲେ

ରମଜାନ ଥିଲା ବୋଲି ୪୦ କିମି ଦୂରରେ ଖେଳିଲେ ହୋଲି । ସାଉଦି ଆରବରେ ପ୍ରବାସୀ ଓଡ଼ିଆ ପାଳିଲେ ହୋଲି ପର୍ଵ । ସାଉଦି ଆରବର ବଡ ପର୍ବ ରମଜାନ ଚାଲିଥିବାରୁ ପ୍ରବାସୀ ଓଡ଼ିଆମାନେ ଜୁବେଲ ସିଟି ଠାରୁ ୪୦ କିଲୋମିଟର ଦୁରକୁ ଯାଇ ଏକ ଡେଜେର୍ଟ କ୍ୟାମ୍ପଠାରେ ରଙ୍ଗର ପର୍ବ ହୋଲିକୁ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି ।

ପ୍ରବାସୀ ଓଡ଼ିଆ ମାନେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗେଇବା ସହ ଗୀତ ନାଚରେ ମାଜିଥିଲେ । ପରେ ଛୋଟ ଭୋଜିର ଆୟୋଜନ ହେଇଥିଲା । ଛୋଟ ପିଲାମାନେ ଲୁଡୋ ମଧ୍ୟ ଖେଳିଥିଲେ । ସର୍ବଶେଷରେ ଓଡ଼ିଆ ଓ ସମ୍ବଲପୁର ଗୀତରେ ଡ୍ୟାନ୍ସ କରି ପ୍ରବାସୀ ଓଡ଼ିଆମାନେ ହୋଲି ପର୍ବକୁ ପାଳନ କରିଥିଲେ । ହୋଲି ପର୍ବରେ ବିଭୁ ଦାସ, ବସନ୍ତ ସାହୁ, ବହିଦର ବାବୁ, ରବୀନ୍ଦ୍ର, ମନୋଜ, ସମ୍ବିତ, ମାନସ, ଭଗବାନ ସମେତ ଅନେକ ପ୍ରବାଶୀ ପରିବାର ଯୋଗଦେଇଥିଲେ ।

ତେବେ ଓଡ଼ିଶାରେ ମଧ୍ୟ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ହୋଲି । ରଙ୍ଗର ପର୍ବ ହୋଲି ପାଇଁ ଗାଁରୁ ସହର ଉତ୍ସବ ମୁଖର ହୋଇଉଠିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ହୋଲି ଉତ୍ସବ ବିଭିନ୍ନ ଢ଼ଙ୍ଗରେ ପାଳନ କରାଯାଉଛି। ହିଞ୍ଜିଳି ବିଜେପି ଯୁବା ମୋର୍ଚ୍ଚା ତରଫରୁ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ହୋଲି । ରଙ୍ଗ ଆଉ ଖୁସୀର ପର୍ବ ହୋଲିରେ ସମସ୍ତେ ଖୁସି ଖୁସି ରଙ୍ଗ ଖେଳିବା ସହିତ ସମାଜକୁ ଏକ ଭାଇଚାରାର ମେସେଜ ମଧ୍ୟ ଦେଇଛନ୍ତି । ପରଷ୍ପରକୁ ମିଠା ଖୁଆଇବା ସହ ଫଗୁ ଲଗେଇ ନାଚ ଗୀତରେ ଜମୁଛି ପୁରା ପରିବେଶ ।

ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଗରାମ ପଞ୍ଚାୟତର ଯୁବକମାନେ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ମା' ଭଗବତୀ ପୀଠ ନିକଟରେ ମଗକ୍କା ଖେଳ ବା ଦହିହାଣ୍ଡି ଭଙ୍ଗା ଖେଳ ଆୟୋଜିତ କରାଯାଇଥିଲା। ଦ୍ଵିତୀୟ ଥର ହୋଲିକୁ ଏଭଳି ନିଆରା ଢଙ୍ଗରେ ପାଳନ କରୁଥିବାରୁ ଯୁବପିଢି ମାନେ ବେଶ୍ ଖୁସି ଥିବା କହିଛନ୍ତି। ଆଗାମୀ ଦିନରେ ଏହି ଖେଳକୁ ବଡ଼ କରି ଆୟୋଜିତ କରିବେ ବୋଲି ଅନୁଷ୍ଠାନର କର୍ମକର୍ତ୍ତା କହିଛନ୍ତି।

ସ୍ନେହ ପ୍ରେମ, ଭାଇଚାରା ଏବଂ ରଙ୍ଗର ପର୍ବ ହୋଲିକୁ କଟକ ବାଙ୍କୀରେ ମଧ୍ୟ ଜୋରସୋରରେ ପାଳନ କରାଯାଇଛି । ବାଙ୍କୀର ସମସ୍ତ ବର୍ଗର ଲୋକ ଧୁମଧାମରେ ପାଳନ କରିଛନ୍ତି ହୋଲି । ରାଗ ରୁଷା ଭୁଲି ପରସ୍ପରକୁ ରଙ୍ଗ ଲଗାଇ ମିଠା ଖୁଆଇ ଆଲିଙ୍ଗନ କରି ହୋଲି ପାଳନ କରିଛନ୍ତି ଲୋକେ। କୋଉଠି ଡିଜେ ବଜାଇ ସଂଗୀତର ତାଳେ ତାଳେ ଯୁବ ପିଢୀ ନାଚୁଛନ୍ତି ତ କେଉଁଠି ବୟଜ୍ୟେଷ୍ଟମାନେ ଘରେ ଘରେ ବୁଲି ବନ୍ଧୁ, ଆତ୍ମୀୟମାନଙ୍କୁ ରଙ୍ଗ ଲଗାଇ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସାଉଦିରେ ବି ଜମିଲା ହୋଲି ! ମରୁଭୂମିରେ ରଙ୍ଗ ଖେଳିଲେ, ଟେଣ୍ଟରେ ଭୋଜି କଲେ | Argus News