Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୋଲି ଗାଇଡ଼ଲାଇନ: ହୋଲିରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଉପରେ କଡା ନଜର

Rashmita Mishra
Browse all articles by Rashmita Mishra
·1 year ago·2 min read
ହୋଲି ଗାଇଡ଼ଲାଇନ: ହୋଲିରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଉପରେ କଡା ନଜର

Key Points

ହୋଲି ପାଇଁ କମିସନରେଟ ପୋଲିସର ସ୍ୱତନ୍ତ୍ର ଗାଇଡ଼ଲାଇନ
ମଦ ପିଇ ବୁଲିଲେ କଡା କାର୍ଯ୍ୟାନୁଷ୍ଠାନ
ରାଜଧାନୀରେ ଜଗିବେ 20ପ୍ଲାଟୁନ ପୋଲିସ ଫୋର୍ସ
5ଟି ବାଥ ପଏଣ୍ଟରେ ମୁତୟନ ହେବେ ଅଗ୍ନିଶମ କର୍ମଚାରୀ
ନଦୀ ଏବଂ ଜଳାଶୟର ତୁଠକୁ ଛାଡି ଅଣ ତୁଠରେ ମନଇଛା ଗାଧୋଇବାକୁ ବାରଣ
ହୋଲିରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଉପରେ କଡା ନଜର

ହୋଲି ପାଇଁ ରାଜଧାନୀରେ କମିସନରେଟ ପୋଲିସର ସ୍ୱତନ୍ତ୍ର ଗାଇଡ଼ଲାଇନ। ରାଜଧାନୀରେ ଜଗିବେ 20ପ୍ଲାଟୁନ ପୋଲିସ ଫୋର୍ସ । ରାସ୍ତାରେ ଜଗିବେ ସବୁ ଥାନା ଅଧିକାରୀ । ମଦ ପିଇ ବୁଲିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଡ୍ରିଙ୍କ ଆନ ଡ୍ରାଇଭ ଉପରେ କମିସନରେଟ୍ ପୋଲିସର କଡା ନଜର। ହୋଲି ଅବସରରେ ବ୍ଳକିଂ ଚେକିଂକୁ ଗୁରୁତ୍ବ ଦେଇଛି କମିସନରେଟ ପୋଲିସ। ହୋଲି ପୂର୍ବରୁ ରାଜଧାନୀର ସମସ୍ତ ହୋଟେଲ, ଲଜରେ ଯାଞ୍ଚ କରାଯିବ। ମଦ ବିକ୍ରି ଏବଂ କେମିକାଲ ରଙ୍ଗ ବିକ୍ରି ଉପରେ ରହିବ ପୋଲିସର ନଜର । ସତର୍କତାର ସହ ହୋଲି ପାଳିବା ସହ ରଙ୍ଗ ଖେଳି ନଦୀକୁ ଗାଧୋଇ ନଜିବାକୁ ଅପିଲ କରିଛନ୍ତି ଭୁବନେଶ୍ବର ଡିସିପି।

ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ହୋଲି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ହୋଲି ପାଇଁ 5ଟି ବାଥ ପଏଣ୍ଟ ରେ ଜଗିବେ ଅଗ୍ନିଶମ କର୍ମଚାରି। ପୁରୀ କେନାଲ, କୁଆଖାଇ, ଦୟା, ବାଙ୍କୁଆଳ, ବାଲିଅନ୍ତା ସାଇଫନରେ ମୁତୟନ ରହିବେ ଅଗ୍ନିଶମ ବାହିନୀ । ଲାଇଫ ବୟ, ଲାଇଫ ଜ୍ୟାକେଟ, ଅଣ୍ଡର ୱାଟର ବିଏ ସେଟ, ଳାଇଭ ବୋଟ ଓ ଟାୱାର ଲାଇଟ ସହ ପ୍ରସ୍ତୁତ ରହିବେ ଆଗ୍ନିକ। ନିଶା ସେବନ କରି ଗଭୀର ପାଣିକୁ ନଜିବାକୁ ପରାମର୍ଶ ଦିଆଯାଇଛି। ନିଜ ଜୀବନକୁ ସୁରକ୍ଷିତ ରଖି ଶାନ୍ତି ଶୃଙ୍ଖଳାର ସହ ହୋଲି ଖେଳିବାକୁ କରାଯାଇଛି ଅପିଲ।

ସେପଟେ ସାରା ରାଜ୍ୟରେ 345ଟି ଲୋକେସନରେ ଅଗ୍ନିସମ ବାହିନୀ ମୁତୟନ ହୋଇଛନ୍ତି। କଟକ ଏବଂ ଭୁବନେଶ୍ୱର ରେ ଅଧିକ 8ଟି ଟିମ ରହିଛନ୍ତି। ସମସ୍ତ ସ୍ଥାନରେ ଷ୍ଟେଟ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଏବର୍ଷ ଜିରୋ କାଜୁଆଲିଟି ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
holi-guidelines-strict-vigil-on-drinking-and-driving-during-holi | Argus News