Holi Tragedy / ହୋଲିରେ ଅଘଟଣ; ରଙ୍ଗ ଖେଳି ସାଙ୍ଗମାନଙ୍କ ସହ ମହାନଦୀରେ ଗାଧୋଇବା ବେଳେ ଜଣେ ମୃତ
·1 month ago·1 min read

Key Points
ହୋଲିରେ ଘଟିଗଲା ବଡ଼ ଅଘଟଣ । କଟକ ଜିଲ୍ଲା ବଡ଼ମ୍ବାରେ ହୋଲି ଖେଳ ସାରି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଜଣେ ନାବାଳକ ବୁଡ଼ି ଯାଇଛନ୍ତି ।
ବଡ଼ମ୍ବା (କଟକ): ରଙ୍ଗର ଉତ୍ସବ ଭିତରେ ମାଡ଼ି ଆସିଲା ଦୁଃଖ । ହୋଲିରେ ଘଟିଗଲା ବଡ଼ ଅଘଟଣ । କଟକ ଜିଲ୍ଲା ବଡ଼ମ୍ବାରେ ହୋଲି ଖେଳ ସାରି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଜଣେ ନାବାଳକ ବୁଡ଼ି ଯାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ବଡ଼ମ୍ବା ଟି ସେତୁ ନିକଟରେ ଏହି ଅଘଟଣା ଘଟିଛି । ହୋଲି ଖେଳି ସାଙ୍ଗମାନଙ୍କ ସହ ଗାଧୋଇବା ଟି ସେତୁ ନିକଟ ଅସ୍ଥାୟୀ ପୋଲ ନିକଟରେ ପହଞ୍ଚିଥିଲେ ବଡ଼ମ୍ବା ତୁଣପୁର ଗାଁର ନାବାଳକ । ମହାନଦୀରେ ସାଙ୍ଗମାନଙ୍କ ସହ ଗାଧୋଉଥିଲେ ।
ସେହି ସମୟରେ ହଠାତ ତୁଣପୁର ଗାଁର ଜୀବନ ବେହେରା ଗଭୀର ପାଣିରେ ଭାସି ଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକ ଓ ବାଙ୍କୀ ବୈଦେଶ୍ଵର ଦମକଳ ବାହିନୀ ପହଞ୍ଚି ନାବାଳକଙ୍କୁ ଖୋଜାଖୋଜି କରିଥିଲେ । ନାବାଳକଙ୍କକୁ ଉଦ୍ଧାର କରାଯାଇ ମେଡିକାଲ୍ ନିଆଯାଇଥିଲା ।
ବଡ଼ମ୍ବା ମେଡିକାଲ୍ରେ ଡାକ୍ତର ନାବାଳକ ଜୀବନ ବେହେରାଙ୍କୁ ମୃତ ଘୋଷଣା କରିଛନ୍ତି । ଏବେ ମେଡିକାଲ୍ ସହ ତୁଣପୁର ଗାଁରେ ଶୋକର ଲହରୀ ଖେଳି ଯାଇଛି । ରଙ୍ଗର ପର୍ବ ଭିତରେ ଖାଲି ହୋଇ ଯାଇଛି ମାଆର କୋଳ । ପୁଅର ମୃତଦେହକୁ ଦେଖି ବାପାର ଛାତି ସମ୍ଭାଳୁନି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories