Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡିଜିପି/ଆଇଜିପି ସମ୍ମିଳନୀ ଉଦ୍‌ଘାଟନ କଲେ ଶାହ

Smruti Parija
Browse all articles by Smruti Parija
·1 year ago
ଡିଜିପି/ଆଇଜିପି ସମ୍ମିଳନୀ ଉଦ୍‌ଘାଟନ କଲେ ଶାହ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହ । ବିମାନବନ୍ଦରରେ ମୁଖମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୋଲିସ ଡିଜି ୱାଇ ବି ଖୁରାନିଆ ଶାହଙ୍କୁ ସ୍ୱାଗତ କରିଛନ୍ତି । ଏହାସହ ବିମାନ ବନ୍ଦରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ଉପସ୍ଥିତ ରହି କେନ୍ଦ୍ରଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ।  

ଲୋକସେବା ଭବନରେ 3 ଦିନ ଧରି ଡିଜିପି/ଆଇଜିପି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଯୋଗ ଦେବେ ଶାହ । ଭୁବନେଶ୍ବରରେ ଡିଜିପି/ଆଇଜିପି ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି ଶାହ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଛନ୍ତି । ଯୋଗ ଦେଇଛନ୍ତି ସାରା ଦେଶର ଡିଜିପି, ଆଇଜିପି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଚାଲିଛି ବିଚାରବିମର୍ଶ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
home-minister-amit-Shah inaugurates DGP/IGP conference | Argus News